ନର୍ଲା ଡମ୍ବ ସମାଜର ପ୍ରସ୍ତୁତି ବୈଠକ: କୁସଂସ୍କାର ଦୂରିକରଣ ଏବଂ ସୁସ୍ଥ ସମାଜ ଗଠନ ଉପରେ ଗୁରୁତ୍ବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚିପୁଲ୍ ନର୍ସରୀ ଠାରେ ବ୍ଲକସ୍ତରୀୟ ନର୍ଲା ଡମ୍ବ ସମାଜ ଆମ୍ବେଦକର ବାଦିଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନର୍ଲା ଡମ୍ଵ ସମାଜର ବରିଷ୍ଠ ସଦସ୍ୟ ତଥା ସାମ୍ବାଦିକ ଅଭିରାମ ନନ୍ଦଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ ବୈଠକରେ ସର୍ବପ୍ରଥମେ ନର୍ଲା ଡମ୍ୱ ସମାଜର ସଭାପତି ରଜନୀ କୁମାର ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ପୂର୍ବତନ ଡମ ସମାଜ ସଭାପତି କାମରାଜ ନାଏକ ସଭା ପ୍ରାରମ୍ଭରେ ସମାଜର ଏକତ୍ରି କରଣ ଏବଂ ସମାଜ ପୂର୍ବଭଳି ରହି ସମସ୍ତେ ଏକସୂତ୍ରରେ ବାନ୍ଧି ହେବା ପାଇଁ ଦିଗ ଦର୍ଶନ ଦେଇଥିଲେ । ନର୍ଲା ବ୍ଲକର ୨୬ଗୋଟି ଗ୍ରାମ ପଞ୍ଚାୟତରୁ ଅନେକ ଆମ୍ବେଦକର ପ୍ରେମୀ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପୁରାତନ କମିଟି ଭାଙ୍ଗି ନୂତନ କମିଟି ଗଠନ କରିବାକୁ ସମସ୍ତେ ମତାମତ ରଖିଥିଲେ । ନୂତନ କମିଟି ଗଠନ କରି ସମାଜରେ ରହି ଆସିଥିବା କୁସଂସ୍କାର ଦୂର କରିବା ଏବଂ ସୁସ୍ଥ ସମାଜ ଗଠନ କରି ଡମ୍ବ ସମାଜକୁ ସୁଦୃଢ କରିବାପାଇଁ ନିଷ୍ପତି ନିଆ ଯାଇଥିଲା । ଉପସ୍ଥିତ ସଭ୍ୟ ମାନଙ୍କ ମଧ୍ୟରେ ଡ଼ମ୍ବ ସମାଜର ଉପସଭାପତି ମନୋହର ନାଏକ, ବଳରାମ ହର୍ପାଲ, ବନବିହାରୀ ନାଏକ, ଦର୍ପ, ଅଭୟ ନାଏକ, ଗୋପାଳ ମହାନନ୍ଦ, ରିଚେକର ଦୀପ, ପର୍ସୁ କୁମାର, ଭୂପିନ ନାଏକ, ଋଷି ନାଗ, ତିର୍ଲୋକ୍ୟ ହର୍ପାଲ୍, ନରୋତ୍ତମ କରୁଁଆ, ମହିଳା ନେତ୍ରୀ ବବିତା ବାଗ, ନବୀନ ଦୁର୍ଗା, ଗୌର ସୁନାଙ୍କ ସମେତ ଅନେକ ସମାଜ ସେବୀ ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଭୋପାଳ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଅଭିରାମ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.