ସେବାଶ୍ରମର ପାଚିକାଙ୍କୁ ଅସଦାଚରଣ ଅଭିଯୋଗ : ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ସହ ଜୋରିମାନା ଆଦେଶ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର ରଢା ସେବାଶ୍ରମର କୋଭିଡ ହଷ୍ଟେଲରେ ନିୟୋଜିତ ପାଚିକାଙ୍କୁ ଅସଦାଚରଣ ଅଭିଯୋଗରେ କୋଟଗଡ ଦେୱାନୀ ଓ ଫୌଜଦାରି ଅଦାଲତ କୋର୍ଟରେ ବିଚାରଣ କରି କୋଟଗଡ ଦେୱାନୀ ଓ ଫୌଜଦାରୀ ଅଦାଲତର ପ୍ରଥମ ବିଚାର ବିଭାଗୀୟ ବିଚାରପତି ଅନୁରାଗ ଦେହୁରୀ ଉକ୍ତ କେଶର ଫଇସଲା କରି ଅଭିଯୁକ୍ତକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୨୦୦ ଟଙ୍କାର ଜୋରିମାନା ଏବଂ ଜୋରିମାନା ଅନାଦେୟ ୩ ମାସ ୨୦ ଦିନ ଅଧିକା ସଜା ଏବଂ ଜିଲ୍ଲା ଆଇନ ପ୍ରାଧିକରଣ କୁ ପୀଡିତା ମହିଳାଙ୍କୁ ଭରଣପୋଷଣର ବିଚାର ପାଇଁ ସୁପାରିଶ କରିଥିବା ନିଜ ରାୟରେ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ଅଭିଯୁକ୍ତ ମୂଷିଙ୍ଗା ମୁଠା ମାଝୀ ୨୦୨୧ ମସିହା ରେ କୋଟଗଡ ବ୍ଲକର ରଢା ସେବାଶ୍ରମର କୋଭିଡ ହଷ୍ଟେଲରେ ନିୟୋଜିତ ପାଚିକାଙ୍କୁ ଅସଦାଚରଣ ଅଭିଯୋଗରେ ହୋଇଥିବା ମାମଲାର କୋଟଗଡ ଥାନା କେଶ ନଂ.୭୭/୨୦୨୧ , ଧାରା ବି ୨୩, ୪୪୮,୩୫୪, ୩୫୪ଏ, ୩୫୪ବି, ୫୦୬ ,୫୦୯ ଆଇପିସି ଅନୁସାରେ ସିଟି କେଶ ନଂ ୭୩/୨୦୨୧ ର ବିଚାର କରାଯାଇ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ପ୍ରଥମ ବିଚାର ବିଭାଗୀୟ ବିଚାରପତି ଏହି ରାୟ ଶୁଣାଇଛନ୍ତି । ଏହି ମାମଲାକୁ କୋଟଗଡ କୋର୍ଟର ସରକାରୀ ଓକିଲ ସବିତା ସାମନ୍ତରାୟ ପରିଚାଳନା କରୁଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.