ରିଷିଡାରେ ସ୍ୱାଭିମାନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ସମ୍ବାଦ ଓ ଆମଓଡ଼ିଶା ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ସ୍ୱାଭିମାନ ଦିବସ ଭାବେ ସାରା ରାଜ୍ୟରେ ପାଳନ କରାଯାଇଛି l ଏହିକ୍ରମରେ କର୍ଲାମୁଣ୍ଡା ବ୍ଲକ ସ୍ତରୀୟ ସ୍ୱାଭିମାନ ଦିବସ ରିଷିଡା ସ୍ଥିତ ପଂଚାୟତ ଭବନ ଠାରେ ଅନୁଷ୍ଠିତ ହୋଇଥିଲା l ସମ୍ବାଦ ବ୍ଲକ ପ୍ରତିନିଧି ଭଜଶ୍ୟାମ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସରପଞ୍ଚ ସେବତୀ ରଣା ମୁଖ୍ୟ ଅତିଥି, ସମିତିସଭ୍ୟ ସିନୁ ବେହେରା ବିଶିଷ୍ଟ ଅତିଥି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲୀପ କୁମାର ରଣା ମୁଖ୍ୟବକ୍ତା, ସମାଜ ସଂସ୍କାରକ ବାବା ଭଗବାନ ସାହୁ ସମ୍ମାନିତ ବକ୍ତା, ରିଷିଡା ପିଇଓ ଦେବରାଜ ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ସଂଘର୍ଷମୟ ଜୀବନ, ସ୍ୱାଭିମାନ, ତ୍ୟାଗ ଉପରେ ଆଲୋକପାତ କରିଥିଲେ l ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମା ସଭା ସଂଯୋଜନା କରିଥିବା ବେଳେ ସାମ୍ବାଦିକ କମ୍ବୁପାଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରାରମ୍ଭରେ ମଧୁବାବୁଙ୍କ ପ୍ରତିକୃତିରେ ପୂଜାର୍ଚନା କରାଯାଇଥିବା ବେଳେ ଚିନ୍ମୟ ସାହୁ ମଧୁଗୀତି ଆବୃତ୍ତି କରିଥିଲେ l ସଭାରେ ସାମ୍ବାଦିକ ସୁଶାନ୍ତ ମଲ୍ଲିକ, ମହେନ୍ଦ୍ର ପ୍ରଧାନୀ, ଧର୍ମାନନ୍ଦ କୁମାର, ଅଶ୍ୱିନୀ ବେହେରା, ଗଜାନନ ଗହୀର ପ୍ରମୁଖ ଯୋଗଦେଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.