ରେଳ ଦୁର୍ଘଟଣା,ମୃତକଙ୍କୁ ଚିହ୍ନଟ ପାଇଁ ଭୁବନେଶ୍ୱର ଏମ୍ସ ଆସିବାକୁ ପରାମର୍ଶ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର : ବାଲେଶ୍ୱର ବାହାନଗା   ରେଳ ଦୁର୍ଘଟଣାରେ ସରକାରୀ ଗଣନାରୁ ୨୮୮ଜଣଙ୍କ ଜୀବନ ଯାଇଛି । ବର୍ତ୍ତମାନ ସୁଦ୍ଧା ୨୦୫ ମୃତଦେହ ଚିହ୍ନଟ ହୋଇ ହସ୍ତାନ୍ତର କରାଯାଇଛି । ବାକି ୮୩ ମୃତଦେହ ହସ୍ତାନ୍ତର ହୋଇନାହିଁ । ସମସ୍ତ ମରଶରୀର ଭୁବନେଶ୍ୱର ସମ,କିମ୍ସ ଏବଂ ଏମ୍‌ସରେ ସଂରକ୍ଷିତ କରି ରଖାଯାଇ ଥିବା ବେଳେ ଏବେ କେବଳ ୩୯ ଟି ମୃତ ଦେହ ଏମ୍ସରେ ସଂରକ୍ଷିତ ହୋଇ ରହିଛି । ତେଣୁ ମୃତଦେହକୁ ଚିହ୍ନଟ ପାଇଁ ଭୁବନେଶ୍ୱର ଏମ୍‌ସ ଆସିବାକୁ ସମ୍ପର୍କୀୟଙ୍କୁ କୁହାଯାଇଛି । ଏନେଇ ପୂର୍ବତନ ରେଲବାଇ ପକ୍ଷରୁ ଦିଆଯାଇଛି ସୂଚନା ମିଳିଛି । ଅନ୍ୟସ୍ଥାନରେ ଥିବା ମୃତଦେହ ହସ୍ତାନ୍ତର ହୋଇ ସାରିଛି I ସୂଚନାନୁସାରେ, ଗତକାଲି ମୁଖ୍ୟ ଶାସନ ସଚିବ ମୃତ୍ୟୁ ସଂଖ୍ୟା ୨୮୮ ବୋଲି ନିଶ୍ଚିତ କରିଛନ୍ତି । ଦୁର୍ଘଟଣାସ୍ଥଳରୁ ଭୁବନେଶ୍ୱରକୁ ଆସିଥିଲା ମୋଟ ୧୯୩ଟି ମୃତଦେହ ।ସେମାନଙ୍କ ମଧ୍ୟରୁ ୧୯୩ଟି ମୃତଦେହରୁ ୧୧୦ଟି ଚିହ୍ନଟ ହୋଇ ପରିବାର ଲୋକଙ୍କୁ ଦିଆଯାଇଛି । ବାଲେଶ୍ୱରରେ ୯୪ଟି ମୃତଦେହ ପରିବାର ଲୋକଙ୍କୁ ଦିଆଯାଇଥିଲା । ଏହାସହ ଭଦ୍ରକ ମେଡିକାଲରେ ଜଣେ ମୃତଦେହକୁ ପରିବାରକୁ ଦିଆଯାଇଛି । ବର୍ତ୍ତମାନ ଭାବନେଶ୍ୱର ଏମ୍ସ ଆସି ଫଟୋ ଦେଖି ସମ୍ପର୍କୀୟ ଓ ପରିଜନଙ୍କୁ ଚିହ୍ନଟ କରୁଛନ୍ତି ଲୋକ । ମୃତଦେହ ଚିହ୍ନଟ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ବିଭିନ୍ନ ଡିଭିଜନ୍‌ ଓ ଜୋନାଲ୍‌ ମୁଖ୍ୟାଳୟକୁ ମୃତକଙ୍କ ଫଟୋ ମଧ୍ୟ ପଠାଯାଇଛି । ଯେଉଁ ମୃତଦେହର ଚିହ୍ନଟରେ ଅସୁବିଧା ହେଉଛି ସେଗୁଡ଼ିକର ଡିଏନଏ ଟେଷ୍ଟ କରାଯିବ ପାଇଁ ନିର୍ଦେଶ ରହିଛି । ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.