ଅମଲା ସଂଘର ଧାରଣା ଓ ବିକ୍ଷୋଭ ଯୋଗୁଁ ଖାଁ ଖାଁ ସରକାରୀ ଦପ୍ତର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜିକୁ ସାତ ଦିନ ହେଲା ସାରା ରାଜ୍ୟର ବରିଷ୍ଠ ଓ କନିଷ୍ଠ ଅମଲାମାନେ ସେମାନଙ୍କ ଏକମାତ୍ର ଦାବି “ମିଶନ୍‌ ଗ୍ରେଡ୍ ପେ ୪୨୦୦’କୁ ନେଇ କାମବନ୍ଦ ଆନ୍ଦୋଳନରେ ବସିଛନ୍ତି । ଗୋଟାଏ ପଟରେ ରାଜ୍ୟରେ ଅଭୂତପୂର୍ବ ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ରାଜ୍ୟର ସମସ୍ତ ଶାସନ କଳ ମୃତକ ତଥା ଚିକିତ୍ସାଧୀନଙ୍କ ପାଇଁ ବ୍ୟସ୍ତ । ଚିକିତ୍ସା କିମ୍ବା ରକ୍ତ ଅଭାବ ଅବା ଅନ୍ୟ କୌଣସି ପ୍ରକାରେ ଯେପରି କେହି ଅସୁବିଧାରେ ନ ପଡନ୍ତି ସେଥିପାଇଁ ରାଜ୍ୟ ପ୍ରଶାସନବ୍ୟସ୍ତ ତେଣୁ ଅମଲାମାନଙ୍କ ଦାବି ପ୍ରତି ଦୃଷ୍ଟି ଦେଇ ପାରୁନାହାନ୍ତି ସରକାର, ଏକଥା ମଧ୍ୟ ହୃଦୟଙ୍ଗମ କରିଛନ୍ତି ଅମଲାମାନେ । ତଥାପି ଅବ୍ୟାହତ ରହିଛି ଏମାନଙ୍କ କାମ ବନ୍ଦ ଆନ୍ଦୋଳନ । ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଅମଲାମାନେ ଓ ଜିଲ୍ଲାର ଅନ୍ୟ ୬ଟି ବ୍ଲକ୍‌ର ଅମଲାମାନେ ସେମାନଙ୍କ ନିଜ କାର୍ଯ୍ୟାଳୟ ସାମ୍ନାର ଧାରଣାରେ ବସି ରହିଥିଲାବେଳେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ସଦସ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଅନ୍ୟ ଏକ ସୂଚନା ଅନୁସାରେ ୪ ତାରିଖ ରବିବାର ଦିନ ରାଜ୍ୟସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଭୁବନେଶ୍ୱର ଠାରେ ଏକବୈଠକ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ଦାବି ପୂରଣ ନ ହେଲାପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଚଳାଇ ରଖିବା ପାଇଁ ସିଦ୍ଧାନ୍ତ ନିଆ ଯାଇଛି । ତେବେ ଏହି ଭଳି ଏକ ଧର୍ମଘଟ ଯଦି ଆହୁରି ଲମ୍ବା ଦିନ ଯାଏଁ ଲାଗି ରହିବ ତାହେଲେ ସାଧାରଣ ଜନତା ନାହିଁ ନ ଥିବା ଦୁର୍ଦ୍ଦଶାର ସାମ୍ନା କରିବାକୁ ବାଧ୍ୟ ହେବେ । ତେଣୁ ସରକାର ଅମଲାମାନଙ୍କ ଏ ଦାବିକୁ ବିଚାରକରି ଉଚିତ୍ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବୁଦ୍ଧିଜୀବମାନେ ମତ ପ୍ରକାଶ କରିଛନ୍ତି

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.