ଦହଲଠାରେ ସଂସ୍କାର ଭାରତୀର ସାଙ୍ଗଠନିକ ବୈଠକ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଦହଲ ସ୍ଥିତ ପଦ୍ମଲୋଚନଙ୍କ ଆମ୍ବ ବଗିଚା ଠାରେ ନର୍ଲା ସଂସ୍କାର ଭାରତୀର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂସ୍କାର ଭାରତୀର ସର୍ବ ଭାରତୀୟ ଲୋକକଳା ସଂଯୋଜକ ହରେକୃଷ୍ଣ ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନର୍ଲା ସଂସ୍କାର ଭାରତୀର ସାଙ୍ଗଠାନିକ ଅଭିବୃଦ୍ଧି ଓ ନୁତନ ୟୁନିଟ ଗଠନ ସାଙ୍ଗକୁ ନୂତନ ସଦସ୍ୟତା ଗ୍ରହଣ ବିଷୟରେ ଆଲୋଚନା ହୋଇଥିଲା । କଣ୍ଠଶିଳ୍ପି ଶିବ ସାହୁଙ୍କ ନେତୃତ୍ୱରେ ପ୍ରମୋଦ କୁମାର ପରିଡା, ପ୍ରସନ୍ନ ଗୌଡିଆ ପ୍ରମୁଖ ପ୍ରଥମେ ସଂଘର ଧ୍ୟେୟଗୀତ ଗାନ ପରେ ସଭାପତି ଶ୍ରୀ ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସାଙ୍ଗଠାନିକ ଅଭିବୃଦ୍ଧି ବିଷୟରେ ଓ ଏହାର ନିୟମ ଗୁଡିକ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ । ଅନ୍ୟ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଉତ୍କଳ ପଶ୍ଚିମ ପ୍ରାନ୍ତ ସଭାପତି ପ୍ରଭାସ ଚନ୍ଦ୍ର ମିଶ୍ର, ପଶ୍ଚିମ ପ୍ରାନ୍ତ ଉପସଭାପତି ଉମେଶ ଚନ୍ଦ୍ର ପଣ୍ଡା, ପଶ୍ଚିମ ପ୍ରାନ୍ତ କୋଷାଧ୍ୟକ୍ଷ ସୁରେନ୍ଦ୍ର ନାଥ ନେଗୀ, ବରିଷ୍ଠ କଳାକାର ଝସକେତନ ସାହୁ, ବିଶିଷ୍ଟ ଉଦ୍ଘୋଷକ, ଶିକ୍ଷାବିତ୍ତ ତପନ କୁମାର ଭୋଇ, ଜିଲ୍ଲା ଉପସଭାପତି କ୍ଷୀରୋଦ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେବା ସହ ସାଙ୍ଗଠନିକ ଆଲୋଚନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ପାଣିମୁଣ୍ଡା, ଦହଲ ଓ ସର୍ଗିଗୁଡା ସଂସ୍କାର ଭାରତୀ ୟୁନିଟର ଅନ୍ୟ ବରିଷ୍ଠ ସଦସ୍ୟ ମାନଙ୍କ ମଧ୍ୟରେ ଶଙ୍କର ଗଉଡ, ପଦ୍ମଲୋଚନ ନାଏକ, ଭାଗବତିଆ କବି ଅବସରପ୍ରାପ୍ତ ଶିକ୍ଷକ ମଧୁସୁଦନ ରାଉତ, ଗଣେଶ ବଗର୍ତ୍ତି, ନିର୍ମଳ ବଗର୍ତ୍ତି , ରମେଶ ନାଏକ, ଭାଗ୍ୟବାନ ସାହୁ ଙ୍କ ସମେତ ୬୦ ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପାଣିମୁଣ୍ଡା ସଂସ୍କାର ଭାରତୀର ସଭାପତି ପ୍ରମୋଦ କୁମାର ପରିଡା ମଞ୍ଚ ପରିଚାଳନା କରିଥିଲେ । ଗୋପାଳପୁର, ଗୋବର୍ଦ୍ଧନ ପୁରରୁ ଆସିବା ନୂତନ କଳାକାର ମାନଙ୍କୁ ସଂଘର ନୂତନ ସଦସ୍ୟ ଭାବରେ ସ୍ୱଗାତ କରାଯାଇଥିଲା। ଏହି ସାଙ୍ଗଠନିକ ବୈଠକରେ ବିଶେଷ କରି ରାଜ୍ୟ ସରକାରଙ୍କର କଳାକାର ଭତ୍ତା ଉପରେ ଆଲୋଚନା ହୋଇଥିଲା । ଏବେ ଅନେକ ଅଣ କଳାକାର ରାଜ୍ୟ ସରକାରଙ୍କର ଏହି ଭତ୍ତା ପାଇବାର ଲାଭ ଉଠାଉଥିବାରୁ ଏଥିପ୍ରତି ସଂସ୍କାର ଭାରତୀ ସ୍ୱତନ୍ତ୍ର ଦୃଷ୍ଟି ଦେଉ ବୋଲି ସଦସ୍ୟ ମାନେ ଦାବୀ କରିଥିଲେ । ହେଲେ ସଂସ୍କାର ଭାରତୀ ସର୍ବ ଭାରତୀୟ ଲୋକଳା ସଂଯୋଜକ ଶ୍ରୀ ଭୋଇ ସଂସ୍କାର ଭାରତୀ ଗୋଟିଏ କଳାର ଅନୁଷ୍ଠାନ । ଏହା କେବଳ ସଦସ୍ୟ ମାନଙ୍କୁ ଜଣେ କଳାକାର ଭାବରେ ଚିହ୍ନଟ କରି ପ୍ରମାଣପତ୍ର ଦେଇ ପାରିବ । ହେଲେ ଭତ୍ତା ପାଇବା ବିଷୟରେ ସଦସ୍ୟ ନିଜେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହ ଯୋଗାଯୋଗ କରି ଏହାର ସମାଧାନ କରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.