ଚାଷଜମିରୁ ନିଆଁ ବ୍ୟାପି ୮ ଗୋରୁ ମୃତ, ୩ ଗୁରୁତର

୪୦ପ୍ୟାକେଟ ଧାନ ନଷ୍ଟ, ୪ବଖରା ଘର ଧ୍ବଂସ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ବର୍ତ୍ତମାନ ସମଗ୍ର ପଶ୍ଚିମ ଓଡ଼ିଶାର ତାପମାତ୍ର ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଜନଜୀବନ ଦୁର୍ବିସହ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଚାଷଜମିର ପାଳକୁ ପୋଡିବା ପାଇଁ କିଛି ବ୍ୟକ୍ତି ନିଆଁ ଲଗାଇ ଦେଉଥିବାରୁ ତାପମାତ୍ରା ଆହୁରି ବୃଦ୍ଧି ପାଇବା ସହିତ ପବନରେ ସେହି ନିଆଁ ଚାରି ଆଡେ ବ୍ୟାପୀ ଭୟର ବାତାବରଣ ସୃଷ୍ଟି କରୁଥିବା ବେଳେ ସୋସିଆଲ ମିଡ଼ିଆ ତଥା ସଚେତନ ନାଗରିକଙ୍କ ତରଫରୁ କ୍ଷେତରେ ନିଆଁ ନଲଗାଇବା ପାଇଁ ବାର୍ତ୍ତା ମାଧ୍ୟମରେ ସଚେତନ କରଯାଉଥିବା ବେଳେ କିଛି ବ୍ୟକ୍ତି ଏହାର ବ୍ୟତିକ୍ରମ କରୁଥିବା ଦେଖିବାକୁ ମିଳୁଛି। ଆଜି ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବିନିକା ଅଞ୍ଚଳରେ ଚାଷଜମିର ନିଆଁ ଗାଁ ମୁହାଁ ହୋଇ ଏକ ଗାଈ ଗୁହାଳରେ ଲାଗିଯିବାରୁ ସେଠାରେ ବନ୍ଧା ହୋଇଥିବା ୧୧ଗୋଟି ଗାଈ ମଧ୍ୟରୁ ୮ଟି ଗୋରୁ ଜୀବନ୍ତ ଦଗ୍ଧ ଓ ୩ଟି ଗାଈ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଖବର ନେବାରୁ ଜଣାପଡିଛି ଯେ ସୋମବାର ବିନିକା ବ୍ଲକ ବାବୁପାଲି ପଞ୍ଚାୟତ ପଲଶାପାଲି ଗ୍ରାମର ଚାଷଜମିରେ ଜଳୁଥିବା ନିଆଁ ପବନ ଯୋଗୁଁ ଏ କ୍ଷେତରୁ ସେ କ୍ଷେତ ହୋଇ ଗାଁ ମୁହାଁ ହୋଇ ଅଚାନକ ଭାବରେ ଗାଁ ର ସୁଦର୍ଶନ ମେଲ୍ଲି(ଚୈତନ୍ୟ) ଓ କୃପା ମେଲ୍ଲିଙ୍କ ଗୁହାଳ ଆଡ଼କୁ ମାଡ଼ି ଆସିଥିଲା । ନିଆଁର ପ୍ରକୋପ ଏମିତି ଥିଲା ଯେ ଲୋକେ ନିଜ ଜୀବନକୁ ବାଜି ଲଗାଇ ଲିଭାଇବାକୁ ଚେଷ୍ଟା କରି କିଛିମାତ୍ରାରେ ସଫଳ ହୋଇଥିଲେ ଓ ପରେ ଖବର ପାଇ ରାମପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲେ । ନିଆଁରେ ୮ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଗାଈ ଗୁରୁତର ଏବଂ ୪୦ପ୍ୟାକେଟ ଧାନ ନଷ୍ଟ ହେବା ସହ ୪ବଖରା ଘର ଧ୍ବଂସ ହୋଇଯାଇଥିବା ଜଣା ପଡ଼ିଛି । ତେବେ ଚୈତନ୍ୟ ଓ କୃପା ଉଭୟେ ଗରିବ ପରିବାର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳ ବାସି ଦାବୀ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.