ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଳକ ଖର୍ସେଲବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ କେଓମାଲ ଉଚ୍ଚ ବିଦ୍ୟାଳୟଠାରେ ସିଆରସିସି ବିଜୟ ମଲ୍ଲିକଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରତିନିଧି ଅକ୍ଷୟ ରଣା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଅରବିନ୍ଦ ସୂପକାର, କେଓମାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଭେଲାରମ ଧରୁଆ, କେଓମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଜୟ ମାଝୀ, ଏସଏମସି ସଭାପତି ରୁଦ୍ର କୁଅଁର, ସାମାଜିକ କର୍ମୀ ସେବାକର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କଳା ଶିକ୍ଷକ ସୁଶାନ୍ତ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂସ୍କୃତ ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ତ୍ରିନାଥ କୁମୁରା, ଆର୍ତ୍ତତ୍ରାଣ ପୁଟେଲ, ଦୟାସାଗର ପାଣ୍ଡେ, ରାଜେଶ କୁମାର ମେହେର, ସୁଦାମଚରଣ ସ୍ୱାଇଁ, ସଚ୍ଚିଦାନନ୍ଦ ନନ୍ଦ, ବିକାଶ ପାତ୍ର, ପ୍ରତାପରୁଦ୍ର ମିଶ୍ର, ମଧୁବନ ଭୋଇ, ବିଜୟ ସୁନା, ମୀନା କୁମାରୀ ନାୟକ, ସନ୍ତୋଷ ମାଝୀ, ଗାୟତ୍ରୀ ପାଣି, ବାସନ୍ତୀ ପଧାନ, ଅଶୋକ କୁମାର ଗହୀର, ସାଗରିକା ବଢିଆ ପ୍ରମୁଖ ସହଯୋଗ କରିଥିଲେ।





