୫୩ ବର୍ଷରେ ଲାଞ୍ଜିଗଡ଼ରୋଡ ଦୁର୍ଗାପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ୍‌ରେ ମା’ ଦୁର୍ଗାଙ୍କ ନବରାତ୍ରି ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହେଉଛି। ୧୯୭୪ ମସିହାରୁ ଆରମ୍ଭ ହୋଇଥିବା ଏହି ପାରମ୍ପରିକ ପୂଜା ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି। ମହାଳୟାରୁ କଳସ ଯାତ୍ରା ସହ ପୂଜାର ଶୁଭାରମ୍ଭ ହୋଇଛି। ନବରାତ୍ରି ଅବସରରେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା, ଧାର୍ମିକ ବିଧିବିଧାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଭକ୍ତିମୟ ପରିବେଶ ସୃଷ୍ଟି କରିବାକୁ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଏଥିରେ କର୍ତ୍ତା ଭାବେ ସୁନ୍ଦରଲାଲ ଗୌଡ଼ ଦାୟିତ୍ୱ ତୁଲାଉଛନ୍ତି। ମୁଖ୍ୟ ପୂଜକ ଭାବେ ଲମ୍ବୋଦର ପାଢ଼ୀ ଏବଂ ସହଯୋଗୀ ପୂଜକ ଭାବେ ପରମାନନ୍ଦ ପାଢ଼ୀ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି। ପୂଜା କମିଟି ସଭାପତି ଟଙ୍କଧର ମାଝୀ, ଉପସଭାପତି ମିଥୁନ ପ୍ରସାଦ ସାହୁ, ସମ୍ପାଦକ ପ୍ରଣବ କୁମାର ରାଉତ, ଯୁଗ୍ମ ସମ୍ପାଦକ ସୌରଭ ପାତ୍ର ଏବଂ କୋଷାଧ୍ୟକ୍ଷ ନିଲେଶ ସ୍ୱାଇଁ ଦାୟିତ୍ୱ ତୁଲାଉଛନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱରେ ସଭାପତି ପୂର୍ଣ୍ଣଚନ୍ଦ୍ର ଗୌଡ଼ ଓ ସମ୍ପାଦକ କିରଣ ବର୍ମା ରହିଛନ୍ତି। ଉପଦେଷ୍ଟା କମିଟିରେ ଅଭିମନ୍ୟୁ ପାତ୍ର, ଟି. ପ୍ରଭାକର ରାଓ, କେ. ବୈକୁଣ୍ଠ ରାଜୁ, ମନୋଜ କୁମାର ରାଉତ, ଦୁଷ୍ମନ୍ତ ଓଝା, ସନ୍ୟାସୀ ନାୟକ ଓ ଗୋଲ ସୁନାନୀ ରହିଛନ୍ତି। ଏଥିରେ ରଜତ କୁମାର ରାଉତ, ଅଭିଷେକ ମହାପାତ୍ର, ଉପେନ୍ଦ୍ର ଦାସ, ତୁଷାରକାନ୍ତ ମାଝୀ, ମିଥୁନ, ଶଙ୍କର, ପପୁ, ରିଙ୍କୁ, ତୁସିତ୍, ପ୍ରଦ୍ୟୁମ୍ନ, ପ୍ରମୋଦ, ବିକି, ସୁରେନ୍ଦ୍ର ପ୍ରମୁଖ ଓ ଗ୍ରାମବାସୀ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.