ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ବସ୍ତିର ସାର୍ବଜନୀନ ଦୁର୍ଗାପୂଜା ଏଥର ୬୭ ବର୍ଷରେ ପଦାର୍ପଣ କରିଛି। ଏନେଇ ଅଞ୍ଚଳରେ ପ୍ରବଳ ଉତ୍ସାହ ଉଦ୍ଦୀପନା ଦେଖାଯାଇଛି। ସ୍ଥାୟୀ ଦୁର୍ଗା ମଣ୍ଡପରେ ଆରମ୍ଭ ହୋଇଛି ଦେବୀ ଦଶଭୂଜାଙ୍କ ମୃଣ୍ମୟ ମୂର୍ତ୍ତିର ଆରାଧନା। ପୂଜା କମିଟି ସଭାପତି ଓମପ୍ରକାଶ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା କାର୍ଯ୍ୟ ଚାଲିଥିବା ବେଳେ କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟବୃନ୍ଦ ସହଯୋଗ କରୁଛନ୍ତି। ଚଳିତବର୍ଷ ପାର୍ଥ ଦତ୍ତା କର୍ତ୍ତା ଥିବାବେଳେ ପୂଜକ ସୁରେନ୍ଦ୍ର ପ୍ରସାଦ ଶର୍ମା ଓ ବିଷ୍ଣୁ ଶର୍ମା ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ପ୍ରତି ଦିନ ସନ୍ଧ୍ୟା ସମୟରେ ଘୁମୁରା, କୀର୍ତ୍ତନ ଆଦି ବାଦ୍ୟନାଦ ହେବାକୁ ଥିବାବେଳେ ରାତ୍ରି ସମୟରେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ନାଟକ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।





