ବିଦ୍ୟାଳୟରୁ ଚୋରି, ଥାନାରେ ଏତଲା 

ଅନ୍ଧାରର ଫାଇଦା ନେଇ ଚୋରୀ କଲେ ଦୁର୍ବୁତ୍ତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ବ୍ଲକ କଲୋନୀ ବିଦ୍ୟାଳୟରୁ ଚୋରୀ ହୋଇଥିବା ନେଇ ବାଲିଗୁଡା ଥାନାରେ ଏତଲା ହୋଇଛି l ଘଟଣାରୁ ପ୍ରକାଶ ଯେ, ବୁଧବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ ହେବା ଯୋଗୁଁ ବିଦ୍ୟୁତ ଜିଲ୍ଲା ତମାମ ବିଛିନ୍ନ ହୋଇ ରହିଥିଲା l ଏହି ପରିପ୍ରେକ୍ଷୀରେ ବାଲିଗୁଡା ଟାଉନ ରାତି ତମାମ ସମ୍ପୂର୍ଣ୍ଣ ଅନ୍ଧାରରେ ରହିଥିଲା l ଉକ୍ତ ବିଦ୍ୟାଳୟ ଛୁଟି ଥିବା ଯୋଗୁଁ ଏହି ଅନ୍ଧାରର ଫାଇଦା ନେଲେ ଦୁର୍ବୁତ୍ତ ମାନେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିବା ଅନୁଯାୟୀ ବୁଧବାର ରାତିରେ କିଛି ଦୁର୍ବୁତ୍ତ ସ୍କୁଲର ତାଲା ଭାଙ୍ଗି କମ୍ପୁଟର ସାମଗ୍ରୀ ଚୋରି କରି ନେଇଯାଇଛନ୍ତି । ମୁଁ ଶୁକ୍ରବାର ସକାଳୁ ଆସିବା ପରେ ଦେଖିଲି ସ୍କୁଲର କମ୍ପୁଟର ସାମଗ୍ରୀ ଚୋରି ହେଇଯାଇଛି । ଏନେଇ ମୁଁ ବାଲିଗୁଡ଼ା ଥାନାରେ ଏତଲା ଦେଇଛି | ଏତଲାକୁ ଭିତ୍ତି କରି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧୂକାରୀ ବାବା ଶଙ୍କର ସରାଫ ଏକ ମାମଲା କେଶ ନଂ. ୧୫୪/୨୩ ରେ ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.