ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ଶାନ୍ତି ନଗର ଅଞ୍ଚଳର ସଂଜୀବ ପାଣିଗ୍ରାହୀଙ୍କ ଘରେ ଭଡା ରହୁଥିବା ଏଲଆଇ ଡିଭିଜନର ଜେଇ ଦିଲ୍ଲୀପ କରଙ୍କ ଘରୁ କିଛି ଦୁବୁର୍ତ୍ତ ଘର ଗ୍ରିଲ ଓ ଗୋଦରେଜ ଭାଙ୍ଗି ସୁନା କାନ ଫୁଲ ୫ ସେଟ, ଚେନ ଏକ ପିସ, କିଛି ସୁନା ଲକେଟ ସମୁଦାୟ ୩ ଲକ୍ଷ ମୂଲ୍ୟର ସୁନା ସହିତ ୧୫,୫୦୦ ନଗଦ ଟଙ୍କା ଚୋରି କରି ନେଇଥିବା ଜଣା ଯାଇଛି l ଏ ନେଇ ସୋନପୁର ଥାନାରେ ଶ୍ରୀ କର ଅଭିଯୋଗ କଲା ପରେ କେଶ ନମ୍ବର ୦୧୩୦ ଆଧାରରେ ଆଇ ଓ ସେକେଣ୍ଡ ଅଫିସର ସସ୍ମିତା ଭୁତୀଆ ଘଟଣାର ତଦନ୍ତ କରୁଥିବା ଜଣାପଡିଛି l ଘଟଣା ସ୍ଥଳରେ ଡଗ୍ ସ୍କୱାର୍ଡ, ଫରେନସିକ ଟିମ ପହଂଚି ଅଧିକ ତଦନ୍ତ କରି ଖୁବ ଶୀଘ୍ର ଏ ଘଟଣାର ପର୍ଦାଫାଶ କରାଯିବ ବୋଲି ଆଇ ଓ ମିସ ଭୂତିଆଙ୍କ ଠାରୁ ସୂଚନା ମିଳିଛି l