ଓଡ଼ିଆ ବାର୍ତ୍ତା/ ଉଗାଣ୍ଡା: ଆତଙ୍କବାଦୀଙ୍କ ଟାର୍ଗେଟରେ ସ୍କୁଲ ଛାତ୍ରଛାତ୍ରୀ । ପଶ୍ଚିମ ଉଗାଣ୍ଡ ସହରର ଏକ ସ୍କୁଲରେ ଆତଙ୍କବାଦୀମାନେ ସ୍କୁଲ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଅତିକମରେ ଛାତ୍ରଛାତ୍ରୀଙ୍କୁ ମିଶାଇ ୪୦ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଛାତ୍ରଛାତ୍ରୀ ଓ ସାଧାରଣ ଲାେକଙ୍କୁ ଅପହରଣ କରି ନେଇଛନ୍ତି । ସ୍ଥାନୀୟ ମେୟର ଏବଂ ସ୍ଥାନୀୟ ମିଡିଆ ସୂ୍ତ୍ରରୁ ମିଳିଥିବା ଖବର ଅନୁଯାୟୀ, ମ୍ପୋଡବେ ଲୁବିରିଶ ସେକେଣ୍ଡାରୀ ସ୍କୁଲ ଉପରେ ଆତଙ୍କୀ ଆକ୍ରମଣ ହୋଇଛି । ୨୦ରୁ ୨୫ ଜଣ ଆତଙ୍କବାଦୀ ମିଳିତ ଭାବେ ଏହି ଆକମ୍ରଣ କରିଥିଲେ । ଆଇଏସଆଇଏସ ସହ ଜଡିତ ଏଡିଏଫ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଛନ୍ତି । । ଆକ୍ରମଣ ପରେ ଆତଙ୍କବାଦୀମାନେ ସ୍କୁଲ ହଷ୍ଟେଲରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ସେମାନେ ସ୍କୁଲରେ ମହଜୁଦ ଥିବା ଖାଦ୍ୟ ସାମଗ୍ରୀ ଲୁଟି ନେଇଥିଲେ । ତେବେ କାହିଁକି ଆତଙ୍କୀମାନେ ଏହି ସ୍କୁଲ ହଷ୍ଟେଲରେ ନିଆଁ ଲଗାଇ ଦେଇଥିଲେ ଏବଂ କିପରି ସେମାନଙ୍କର ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ଜାଣିପାରିନି ପୋଲିସ । ଯାହା ବି ହେଉ, ଗତ ୨୫ ବର୍ଷ ମଧ୍ୟରେ ଉଗାଣ୍ଡର ସ୍କୁଲ ଉପରେ ଏହା ସବୁଠାରୁ ଆକ୍ରମଣ । ଅନ୍ତର୍ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ, ଆକ୍ରମଣ ପରେ ଆତଙ୍କବାଦୀମାନେ କଙ୍ଗୋ ପଳାଇ ଯାଇଛନ୍ତି । ଗୁରୁତର ୮ ଜଣଙ୍କୁ ଡାକ୍ତରଖାନା ପଠାଇ ଦିଆଯାଇଛି । ଏଡିଏଫ ପୂର୍ବରୁ ଏପ୍ରିଲ ମାସରେ ଏକ ଗାଁ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୨୦ ଜଣ ଲୋକଙ୍କ ଜୀବନ ଯାଇଥିଲା ।