ଅବସର ନେଲେ ଇଂ ବିଭୁ ପ୍ରସାଦ ପଣ୍ଡା

କେବଳ ପ୍ରଶାସନିକ କ୍ଷେତ୍ରରେ ନୁହେଁ ସେ ଜଣେ ସମାଜ ପାଇଁ ଭଲ ମଣିଷ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜ଼ିଲ୍ଲା ଜଳ ପରିମଳ ମିଶନ ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ବିଭୁ ପ୍ରସାଦ ପଣ୍ଡା ଗତ ୩୦ ତାରିଖ ରେ ଅବସର ଗ୍ରହଣ କରିଛନ୍ତି l ଶ୍ରୀ ପଣ୍ଡା କେବଳ ଯେ ଜଣେ ଭଲ ପ୍ରଶାସକ ତା ନୁହେଁ ସେ ଜଣେ ସମାଜର ଭଲ ମଣିଷ ଅଟନ୍ତି l ଇଂ ଶ୍ରୀ ପଣ୍ଡାଙ୍କୁ ଜଳ ପରିମଳ ବିଭାଗ ଓ ସ୍ଥାନୀୟ ଶ୍ରୀ ଗୋପାଳଜୀ ତଡିତ ମନ୍ତ୍ର ଶ୍ବାସ ଯୋଗାଳୟ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ଶ୍ରୀ ପଣ୍ଡାଙ୍କ ଶୃଙ୍ଖଳା, ଉତ୍ସର୍ଗିକତା, ସମୟାନୁବର୍ତ୍ତିତା, ବଦାନ୍ୟତା ଓ ସ୍ପଷ୍ଟତା ସର୍ବୋପରି ଆଦରଣୀୟ ଜଣେ ଭଲ ମଣିଷ ଭାବେ ସବୁଠି ସବୁବେଳେ ସମାଜ ରେ ଗ୍ରହଣୀୟ, ପ୍ରଶଂସନୀୟ ହୋଇ ରହିବେ ବୋଲି ସହର ର ବିଭିନ୍ନ ସମ୍ବର୍ଦ୍ଧନା ସଭା ମାନଙ୍କ ରେ କର୍ମଚାରି, ବକ୍ତା ଓ ବୁଦ୍ଧିଜୀବୀ ମାନେ ମତ ରଖିଥିଲେ l ଇଂ ଶ୍ରୀ ପଣ୍ଡା ପାନୀୟ ଜଳ ଯୋଗାଣ କ୍ଷେତ୍ର ରେ ପ୍ରାୟ ୮୦ ଭାଗ ପ୍ରକଳ୍ପ ସବୁ ରେ ସଫଳତା ଆଣିଥିବା ବେଳେ ବିନିକା ଓ ଡୁଙ୍ଗୁରିପାଲି ବ୍ଲକ ରେ ମେଗା ୱାଟର ସପ୍ଲାଇ ପ୍ରୋଜେକ୍ଟ ପାଇଁ ଏବର୍ଷ ଡିସେମ୍ବର ୨୩ ସୁଦ୍ଧା ୨ ଲକ୍ଷ ଲୋକ ଉପକୃତ ହେବେ ବୋଲି ସୂଚନା ମିଳିଛି l ସେହିପରି ଜ଼ିଲ୍ଲାର ଅନ୍ୟ ଚାରି ଗୋଟି ବ୍ଲକ ରେ ଡିସେମ୍ବର ୨୦୨୪ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଏହି ଯୋଜନା ର ଲାଭ ପାଇ ପାରିବେ ଏବଂ ମରୁଡି ପ୍ରପୀଡ଼ିତ ଅଞ୍ଚଳ ରେ ନଦୀ ମାନଙ୍କ ରେ କୁଅଁ କରି ଏ କ୍ଷେତ୍ର ରେ ତୁରନ୍ତ ପଦକ୍ଷେପ ନେଇଛି ବୋଲି ଶ୍ରୀ ପଣ୍ଡା ମଧ୍ୟ ମତ ରଖିଛନ୍ତି l ଅଫିସରେ କାର୍ଯ୍ୟ କ୍ଷେତ୍ରରେ ତଳ ସ୍ତରର ଲୋକଙ୍କ ସହ ଶ୍ରୀ ପଣ୍ଡାଙ୍କ ଉତ୍ତମ ବ୍ୟବହାର, ଶାଳୀନତା ପାଇଁ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଜ଼ିଲ୍ଲାରେ ଏକ ବିପ୍ଳବ ସୃଷ୍ଟି କରିଥିବା ଜଣାଯାଏ l ଏବଂ ଜ଼ିଲ୍ଲାରେ ୫୦ ରୁ ଉର୍ଦ୍ଧ୍ବ ପାନୀୟ ଜଳ ଯୋଗାଣ ଯୋଜନା ସବୁକୁ ସକ୍ଷମ କରି ଶ୍ରୀ ପଣ୍ଡା ରେକର୍ଡ ସଫଳତା ଆଣି ଥିବା ଜଣା ଯାଇଛି l ଅବସର ଗ୍ରହଣ ଓ ଏହା ପୂର୍ବରୁ ଶ୍ରୀ ପଣ୍ଡାଙ୍କ ପଦନ୍ନୋତି ପାଇଁ ବିଭିନ୍ନ ମହଲରୁ ଶ୍ରୀ ପଣ୍ଡାଙ୍କୁ ଶୁଭେଛାର ସୁଅ ଛୁଟୁଥିବା ଜଣାଯାଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.