ସ୍କୁଟି ଚଢିଲେ ମିଶନ ଶକ୍ତି ମହିଳା: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ନର୍ଲାରେ ସ୍କୁଟି ବିତରଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ । ସ୍କୁଟି ଚଢିଲେ ମିଶନ ଶକ୍ତି ମହିଳା । ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସ୍କୁଟର ଯୋଜନା । ଏହି ଯୋଜନା ଅଧିନରେ ଜିରୋ ପ୍ରତିଶତ ସୁଧ ବା ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସ୍କୁଟର କିଣିପାରିବେ ମହିଳା । ମା’ଙ୍କୁ ସ୍ବାବଲମ୍ବୀ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି ରାଜ୍ୟ ସରକାର । ଏବେ ମହିଳାଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା । ଏଥିରେ ସାମିଲ ପାଇଁ ନର୍ଲା ବ୍ଲକରୁ ଆବେଦନ ପତ୍ର ସଂଗ୍ରହ ହୋଇଥିଲା । ଏହି ଯୋଜନା ଅଧୀନରେ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ମହିଳାମାନେ କିଣି ପାରିବେ ସ୍କୁଟର ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମିଶନ ଶକ୍ତି ସ୍କୁଟର ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୧୫୭ ଆବେଦନ ପତ୍ର ସଂଗ୍ରହ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ଏହି ଯୋଜନାରେ ଶୁଭାରମ୍ଭ କରିଛନ୍ତି । ଏହାପରେ ନର୍ଲାରେ ସ୍କୁଟି ବିତରଣ କରାଯାଇଛି । ସାରା ରାଜ୍ୟର ପ୍ରତ୍ୟେକ ବ୍ଲକ ୩୦ ଗୋଟି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସ୍କୁଟର ଯୋଜନାରେ ମିଶନ ଶକ୍ତିର ସଦସ୍ୟା ମାନଙ୍କୁ ସ୍କୁଟର ପ୍ରଦାନ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ  ମୁଖ୍ୟମନ୍ତ୍ରୀ ସବୁଜ ପତାକା ଦେଖାଇ ମିଶନ ଶକ୍ତିର ମହିଳା ମାନଙ୍କୁ ସ୍କୁଟି ଚାବି ପ୍ରଦାନ କରିଥିଲେ । ଏହି ଯୋଜନାରେ ମିଶନ ଶକ୍ତିର ସଦସ୍ୟା ମାନଙ୍କୁ ସ୍କୁଟି ଯୋଜନାରେ ବିନା ସୁଧରେ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସମ୍ମେଳନ କକ୍ଷରେ ମିଶନ ଶକ୍ତିର ବ୍ଲକ ସଂଯୋଜକ ରୋହିତ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଏନେଇ ସ୍କୁଟି ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Udyog Nursery
Udyogi Nursery

ଏଥିରେ ଅତିଥି ଭାବରେ ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତୀ ସେଠି, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସିଡିପିଓ ବିନୋଦିନୀ ପଣ୍ଡା, ବ୍ୟାଙ୍କ ଅଫ ଇଣ୍ଡିଆ ନର୍ଲାର ଶାଖା ପରିଚାଳକ ମାନଭଞ୍ଜନ ହୋତା, ନର୍ଲା ସମବାୟ ବ୍ୟାଙ୍କ ଶାଖା ପରିଚାଲିକା ସ୍ମରଣିକା ପ୍ରଧାନ, ନର୍ଲା ଜିପିଇଓ କ୍ଷିତିଶ ଚନ୍ଦ୍ର ନାଏକ, ନର୍ଲା ମିଶନ ଶକ୍ତିର ସଭାନେତ୍ରୀ ସଂଗୀତା ଭୋଇ, ସମ୍ପାଦିକା ବିନ୍ଦୁଲତା ସାମଲ, ସୁପରଭାଇଜର ଫୁଲଜେନସିଆ ସୋରେନ, ସିଆରପି, ଏମବିକେ ଓ ବ୍ୟାଙ୍କ ମିତ୍ର ମାନେ ଓ ମିଶନ ଶକ୍ତିର ସଦସ୍ୟା ମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନ୍ଫରେନ୍ସିଂଗ ମାଧ୍ୟମରେ ସ୍କୁଟି ବଣ୍ଟନ ପରେ ନର୍ଲା ବ୍ଲକରେ ମଧ୍ୟ ଅତିଥି ବୃନ୍ଦ ୨୦ ଜଣ ମିଶନ ଶକ୍ତି ସଦସ୍ୟାଙ୍କୁ ସ୍କୁଟି ବଣ୍ଟନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.