୨୦ରେ ସଇଁତଲା ଅଧିଷ୍ଟାତ୍ରୀ ଦେବୀ ମା ଚଣ୍ଡୀଙ୍କ ଯାତ୍ରା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଧରାପୃଷ୍ଠରେ ମା’ଙ୍କ ଆଗମନ ହେବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଥିବା ବେଳେ ଆସନ୍ତା ୧୪ ତାରିଖରୁ ଧରାପୃଷ୍ଠକୁ ଅବତରଣ କରିବେ ମା ଦଶଭୁଜା ଦୁର୍ଗା ତା’ ପରେ ଗାଁ ଗାଁ ଦେବୀ ପୂଜା ନିଜ ନିଜ ଢଙ୍ଗରେ ପାଳନ କରିଥାନ୍ତି ଲୋକେ। ଏହି ପରିପେକ୍ଷୀରେ ଆସନ୍ତା ୧୪ ତାରିଖ ଦିନ ଠାରୁ ସଇଁତଲା ଠାରେ ରୌପ୍ୟ ଜୟନ୍ତୀ ଅବସରରେ ନବଦିନାତ୍ମକ ନବରାତ୍ର ଦୁର୍ଗାପୂଜା ମହାଆଡ଼ମ୍ବରରେ ପାଳନ କରିବା ପାଇଁ ପ୍ରସ୍ତୁତି ଜୋର ସୋର ଚାଲିଥିବା ବେଳେ ଆସନ୍ତା ୨୦ ତାରିଖରେ ସଇଁତଲା ଅଧିଷ୍ଠିତ୍ରୀ ଦେବୀ ମା ଚଣ୍ଡୀଙ୍କ ଯାତ୍ରା ପ୍ରତି ବର୍ଷ ଭଳି ଚଳିତ ବର୍ଷ ଧୁମଧାମ ପାଳନ କରିବା ପାଇଁ ମନ୍ଦିର ମୁଖ୍ୟ ପୂଜକ ଧର୍ମେନ୍ଦ୍ର ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ଚଣ୍ଡୀ ଯାତ୍ରାକୁ କାହିଁ କେତେ କାଳରୁ ଲୋକେ ବିଶ୍ୱାସ ରହିଆସିଛି ଯେ, ମା ଙ୍କ ଠାରେ ପୂଜାର୍ଚ୍ଚନା ଓ ମାନସିକ କଲେ ତାହା ପୂରଣ ହୋଇଥାଏ l ଏଣୁ ଯୁଗ ଯୁଗ ଧରି ଏହି ଚଣ୍ଡୀ ମନ୍ଦିର ଯାତ୍ରା ସମୟରେ ଦୂର ଦୁରାନ୍ତ ରୁ ଏପରିକି ରାଜ୍ୟ ବାହାରରୁ ମଧ୍ୟ ଭକ୍ତମାନେ ଆସି ମା ଦର୍ଶନ କରି ମାନସିକ ରଖିବା ପାଇଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥାଏ l ଏହି ମନ୍ଦିର ବିଶେଷତ୍ୱ ରାଜା ରାଜୁଡ଼ି ଅମଳରୁ ରହିଥିବା କୋଶଳ ଇତିହାସରେ ମଧ୍ୟ ବର୍ଣ୍ଣନା ହୋଇଥିବା ଜଣାଯାଏ l ଏଥିରେ ଦିହାରୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.