ଦୃଷ୍ଟିବାଧିତ ସ୍ୱାମୀଙ୍କ ଚକ୍ଷୁ ଚିକିତ୍ସା ପାଇଁ ଦିବ୍ୟାଙ୍ଗ ସ୍ତ୍ରୀ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ

ଦୁର୍ଭାଗ୍ୟକୁ ପରିବାରର ସମସ୍ତେ ଦିବ୍ୟାଙ୍ଗ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଗତ ଛଅ ମାସ ତଳେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ନିଜ ଦୃଷ୍ଟିଶକ୍ତି ହରାଇଥିଲେ ୬୨ବର୍ଷିୟ ଘାସିରାମ ମହାନନ୍ଦିଆ । ଘାସିରାମ ପରିବାରର ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ଦୃଷ୍ଟିଶକ୍ତି ହରାଇବା ପରେ ଏବେ ତାଙ୍କ ପରିବାର ଉପରେ ଚଡକ ପଡିଛି । ଦୁର୍ଦ୍ଦଶାରେ ଜୀବନ କାଟୁଛନ୍ତି ତାଙ୍କ ୫ ପ୍ରାଣୀ କୁଟୁମ୍ବ । ତେବେ ଦୁର୍ଭାଗ୍ୟ ଏମିତି ଯେ ଘାସିରାମଙ୍କ ସ୍ତ୍ରୀ ସମେତ ପୁଅଝିଅ ମଧ୍ୟ ଦିବ୍ୟାଙ୍ଗ । ସିକିଲିନ୍ ରୋଗରେ ସ୍ତ୍ରୀ କାନ୍ତି ସମେତ ବଡଝିଅ ପଦ୍ମାବତୀ,ପୁଅ କାହ୍ନୁ ଓ ମଧୁ ମଧ୍ୟ ପୀଡିତ ଅଛନ୍ତି । ରାୟଗଡା ଜିଲ୍ଳା କୋଲନରା ବ୍ଳକ ବଡଖିଲାପଦର ସଦର ଗ୍ରାମ ପଂଚାୟତରେ ଘାସିରାମଙ୍କ ଘର । ରାୟଗଡା ଜିଲ୍ଳା ସାମାଜିକ ସୁରକ୍ଷା ବିଭାଗ ଦ୍ୱାରା ପରିବାରର ସମସ୍ତଙ୍କୁ ଦିବ୍ୟାଙ୍ଗ ଭତା ମିଳୁଥିଲେ ହେଁ ମାସ ମାସ ଧରି ଭତା ଟଙ୍କାରେ ଚଳିବା ଏବେ କଷ୍ଟକର ହୋଇପଡିଛି । ଯାହାକୁ ନେଇ ସିକଲିନ୍ ରୋଗରେ ପୀଡିତ ସ୍ତ୍ରୀ କାନ୍ତି ସ୍ୱାମୀ ଘାସିରାମଙ୍କୁ ଧରି ଜିଲ୍ଳାପାଳଙ୍କ ଠାରେ ସ୍ୱାମୀଙ୍କ ଚକ୍ଷୁର ଉଚ୍ଚ ଚିକିତ୍ସା ନିମନ୍ତେ ଆର୍ଥିକ ସାହାର୍ଯ୍ୟ କରିବାକୁ ଜିଲ୍ଳାପାଳଙ୍କ ଅଭିଯୋଗ ଶୁଣାଣୀକୁ ଆସିଥିଲେ । ଜିଲ୍ଳାପାଳ ମନୋଜ ସତ୍ୟବାନ୍ ମହାଜନଙ୍କୁ ଭେଟି ସ୍ୱାମୀଙ୍କ ଚକ୍ଷୁର ଉଚ୍ଚ ଚିକିତ୍ସା ପାଇଁ ସ୍ତ୍ରୀ କାନ୍ତି ଅନୁରୋଧ କରିଥିଲେ । ଜରୁରୀକାଳନୀ ବିଭାଗ ପକ୍ଷରୁ ସହାୟତା ଯୋଗାଇବା ପାଇଁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ବେଳେ ଗତ ନଭେମ୍ବର ମାସରେ ମଧ୍ୟ ୫ହଜାର ଟଙ୍କା ଚିକିତ୍ସା ନିମନ୍ତେ ପ୍ରଦାନ କରାଯାଇଥିବା ନେଇ ବିଭାଗ କର୍ତୁପକ୍ଷଙ୍କ ଠାରୁ ସୂଚନା ମିଳିଛି । ଘାସିରାମ ନିଜ ଦିବ୍ୟାଙ୍ଗ ପରିବାରକୁ ନେଇ ଛୋଟମୋଟ କାମ କରି ନିଜ ପରିବାର ଭରଣପୋଷଣ କରୁଥିବା ବେଳେ ଗତ ୬ମାସ ତଳେ ତାଙ୍କେ ହଠାତ୍ ଦୃଷ୍ଟି ଶକ୍ତି ହରାଇଥିଲେ ବୋଲି କହିବା ସହ ଜିଲ୍ଳାପାଳ ଉଚ୍ଚ ଚିକିତ୍ସା ନିମନ୍ତେ ସାହାର୍ଯ୍ୟ କଲେ ପୁଣି ଥରେ ସେ ଦୃଷ୍ଟି ଶକ୍ତି ଫେରିପାଇବେ ବୋଲି ଘାସିରାମ କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.