ଲାଞ୍ଜିଗଡ ବ୍ଲକ ଯାଦବ ସମିତି ବୈଠକ

ଲାଞ୍ଜିଗଡ,୧୬/୬ : କଳାହାଣ୍ଡି ଜିଲ୍ଲାର ବିଶ୍ବନାଥପୁର ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଲାଞ୍ଜିଗଡ ବ୍ଲକ ଯାଦବ ସମିତିର ଏକ ଜରୁରୀକାଳିନ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଯାଦବ ସମିତି ସଭାପତି ଶ୍ରୀଯୁକ୍ତ ରଘୁବୀର ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଯାଦବ ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା/ପର୍ଯ୍ୟାଲୋଚନା ହୋଇଥିଲା । ସଭା ପୂର୍ବରୁ ଯଦୁ କୂଳ ତିଳକ ଭଗବାନ ଶ୍ରୀ କୃଷ୍ଣଙ୍କ ଠାରେ ପୂଜାର୍ଚନା କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଯାଦବ ସମାଜକୁ ଆଗାମୀ ଦିନରେ କିପରି ଏକତ୍ରୀତ, ନୀତି ନିୟମ ସଂପନ୍ନ, ଶୃଙ୍ଖଲିତ ସମାଜ ସହ ବ୍ଲକ ସମିତି କୁ କିପରି ମଜଭୁତ କରାଯାଇପାରିବ, ଶି‌କ୍ଷାର ବିକାଶ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରାଯାଇଥିଲା । ବ୍ଲକ ଯାଦବ ସମିତିର ସଭାପତି ଶ୍ରୀଯୁକ୍ତ ନାଗଙ୍କ ସହ ଉପ-ସଭାପତି ଶୋଭାବନ ଛତର, ସମ୍ପାଦକ ଧବଳେଶ୍ବର ଠେଲା, ଯୁଗ୍ମ ସମ୍ପାଦକ କୁଶ ପୋଢ, କୋଷାଧ୍ୟକ୍ଷ ଲକ୍ଷ୍ମୀ ଚଣ୍ଡୀ ଓ ଯୁବ ଯାଦବରୁ ସଭାପତି ଡିଲେସ କୁମାର ନାଗ, ସମ୍ପାଦକ ନୃପରାଜ ଛତର, ସହ ସମ୍ପାଦକ ବଳରାମ ଗହିର, କୋଷାଧ୍ୟକ୍ଷ ବୁଧିଆ ବଗର୍ତୀ ତଥା ବ୍ଲକ ଯାଦବ ସମିତିର ସମସ୍ତ ଗ୍ରାମ୍ୟ ଗୋଷ୍ଠୀ, ଆଞ୍ଚଳିକ/ପଞ୍ଚାୟତ ସମିତିର ସଭାପତି, ଉପ-ସଭାପତି, ସମ୍ପାଦକ, ସହସମ୍ପାଦକ, କୋଷାଧ୍ୟକ୍ଷ ଉପସ୍ଥିତ ଥୀଲେ । ସର୍ବ ଶେଷରେ ସଭାପତି ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା, ସଦସ୍ୟଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Udyog Nursery
Udyogi Nursery

 

ଲାଞ୍ଜିଗଡରୁ ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.