ବଲାଂଗିର,୧୭/୬ : ବଲାଂଗିର ସହରର ବିଭିନ୍ନ ସମସ୍ୟାକୁ ନେଇ ଆଜି ନଗର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ସହରର ଆଘୋଷିତ ବିଦ୍ୟୁତ କାଟ, ଉତ୍କଟ ପାନୀୟ ଜଳ ସମସ୍ୟା, ବପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା ପରିସ୍ଥିତି ମୂଖ୍ୟ ସମସ୍ୟାକୁ ନେଇ କଂଗ୍ରେସ ଯୋର ଗର୍ଜିଛି । ବଲାଂଗିର ବିଧାୟକ ନରସିଂହ ମିଶ୍ର ଏଥିରେ ଉପସ୍ଥିତ ରହି ବିପର୍ଯ୍ୟସ୍ଥ ସେବା ଉପରେ କ୍ଷୋଭ ପ୍ରକାଶ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲାର ବହୁ ନେତୃବର୍ଗ ଓ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।