ସଇଁତଲା,୧୭/୬ : ବଲାଂଗିର ଜିଲ୍ଲା ଦେଓଗାଁ ବ୍ଲକ ର ବିଭିନ୍ନ ସ୍ଥାନରେ ଦେବସ୍ନାନ ପୂର୍ଣ୍ଣିମା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମୋରସିଂହ, ଜରାସିଂଘା, ବଡ଼ବନ୍ଧ, କୁତୁରଲା, ଜଳିଆ ଆଦି ଗାଁରେ ପାଳିତ ହୋଇଥିବାବେଳେ। ବିଶେଷ ଭାବରେ ଅର୍ଡା ଗ୍ରାମରେ ଷୋହଳ ଚକ ବିଶିଷ୍ଟ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଏହି ରଥ ନିର୍ମାଣ ପାଇଁ ପୁରୀରୁ ମହାରଣା ମନେ ଆସି ନିର୍ମାଣ କାର୍ଯ୍ୟରେ ଲାଗି ପଡିଛନ୍ତି। କମିଟି ସୁତ୍ରରୁ ପ୍ରକାଶ ଯେ, ଏହି ରଥଯାତ୍ରା ଛଅ ଦିନ ଧରି ଚାଲିଥାଏ ।