ସୋନପୁର,୧୭/୬ : ସଦର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ନୀତି ଅନୁଷ୍ଠିତ ହୋଇଛି । ଗତକାଲି ଠାରୁ ମହାପ୍ରଭୁଙ୍କର ଚକାଛଢା ନିତି ଅନୁଷ୍ଠିତ ହୋଇ ରତ୍ନ ସିଂହାସାନରୁ ମହାପ୍ରଭୁଙ୍କୁ ସ୍ନାନ ମଣ୍ଡପ କୁ ଅଣାଯାଇଥିଲା । ଆଜି ସକାଳୁ ମହାପ୍ରଭୁଙ୍କ ପାରମ୍ପରିକ ନିତି ସମାପନ ହେଲା ପରେ ମହାନଦୀରୁ ଅଣଯାଇଥିବା ଜଳକୁ ଅଭିମତ୍ରିତ କରି ମହାପ୍ରଭୁଙ୍କ ସମ୍ମୁଖରେ ଅଭିବାସ କରାଯାଇଥିଲା । ମହାପ୍ରଭୁଙ୍କ ଚନ୍ଦନ ଲାଗି କରିବା ପରେ ସ୍ନାନ କରାଯାଇଥିଲା । ପରେ ଚନ୍ଦନ ଲେପ ଦିଆଯାଇ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇଥିଲା । ପଟିଦିଅଙ୍କୁ ବିଜେ କରାଯାଇ ପୂଜା ନୀତି ଆରମ୍ଭ ହୋଇଥିଲା । ଆଜିଠାରୁ ପନ୍ଦର ଦିନ ପଯ୍ୟନ୍ତ ମହାପ୍ରଭୁ ଅଣସର ରେ ରହୁଥିବାରୁ ଶ୍ରୀମୁଖ ଦର୍ଶନ ନିଶେଧ କରାଯାଇଛି । ନେତ୍ର ଉତ୍ସବ ଦିନ ମହାପ୍ରଭୁ ଙ୍କର ନବ ଯୌବନ ବେଶ ଦର୍ଶନ ପରେ ସାଧାରଣ ଦର୍ଶନ କରାଯିବ । ଏହାପରେ ଜନ୍ମବେଦୀକୁ ଘୋଷଯାତ୍ରାରେ ଯିବେ ମହାପ୍ରଭୂ ।
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in