ଦେବଗିରିରେ ଦେବସ୍ନାନ ପୂର୍ଣ୍ଣିମା : ସ୍ନାନ ସାରି ଅଣସର ଘରେ ପସିଲେ ମହାପ୍ରଭୂ ଦଧିବାମନ

କଳାହାଣ୍ଡି,୧୭/୬ : ପ୍ରାଚୀନ ମହାକାନ୍ତାର ସଭ୍ୟତାର ଗୌରବଗାଥା ବହନ କରୁଥିବା ଦେବଗିରିରେ ମହାପ୍ରଭୂ ଦଧିବାମନଙ୍କ ସ୍ନାନଯାତ୍ରା ସଂପନ୍ନ ହୋଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ଗ୍ରାମ ସ୍ଥିତ ଦେବଗିରିର ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରାତ ସମୟରୁ କବାଟଫିଟା ନିତି ପରଠାରୁ ଅପରାହ୍ନ ସାଢେ ଚାରିଟା ପର୍ଯ୍ୟନ୍ତ ବିଭିନ୍ନ ନିତି ପରଂପରା ଅନୁକ୍ରମରେ ସଂପନ୍ନ ହେବାପରେ ଦଧିବାମନଙ୍କ ସ୍ନାନନିତି ସଂପନ୍ନ ହୋଇଥିଲା । ଏହାପରେ ମହାପ୍ରଭୂ ଅଣସର ଘରକୁ ପ୍ରବେଶ କରିଛନ୍ତି ।

ପନ୍ଦର ଦିନ ପରେ ନେତ୍ରୋତ୍ସବ ଦିନ ମହାପ୍ରଭୂଙ୍କ ନବଯୌବନ ଦର୍ଶନ ଓ ଆଷାଢ ଦ୍ବିତୀୟା ଦିନ ରଥଯାତ୍ରା ଅନୁଷ୍ଠିତ ହେବ । ଆଜି ଦେବସ୍ନାନ ପୂର୍ଣ୍ଣିମା ଉପଳକ୍ଷେ ଭକ୍ତମାନଙ୍କ ପ୍ରବଳ ଗହଳି ପରିଳକ୍ଷିତ ହୋଇଥିଲା । ସଂକିର୍ତ୍ତନ୍ୟ ଓ ଘଣ୍ଟ କରତାଳରେ ଦେବଗିରି ଉତ୍ସବ ମୂଖର ହୋଇ ଉଠିଥିଲା ।

ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗୌଡଙ୍କ ରିପେର୍ଟ odiabarta.in
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.