କୋକସରାର ବିଭିନ୍ନ ସ୍ଥାନରେ ଦେବସ୍ନାନ ପୂର୍ଣିମା

କୋକସରା,୧୬/୬ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡ଼ୁଗାଁ, ମୋଟେର ଓ କୋକସରା ସ୍ଥିତ ଜଗନ୍ନାଥ ମନ୍ଦିର ମାନଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ  ସ୍ନାନ ଯାତ୍ରା ନୀତି ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ମହାପ୍ରଭୁଙ୍କ ପାରମ୍ପରିକ ନୀତି ସମାପନ ପରେ ଜଳକୁ ଅଭିମନ୍ତ୍ରିତ କରି ମହାପ୍ରଭୁଙ୍କ ସମ୍ମୁଖରେ ଅଭିବାସ କରେଇ ଥିଲେ । ପରେ ଚନ୍ଦନ ଲାଗି କରିବା ପରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା । 
ଲଡ଼ୁଗାଁ ମନ୍ଦିର ପୂଜକ ବିସିକେଶନ ଠାକୁର, ଗୌନ୍ତିଆ ପ୍ରଫୁଲ୍ଲ ମାଝୀ, ମୋଟେରର ବିଶିଷ୍ଟ ବ୍ୟକ୍ତି ସନାତନ ଦାସ, ଗୌନ୍ତିଆ ଫକୀର ପାଟ୍ଟଯୋଶୀ ,କୋକସରା ପୂଜକ ପ୍ରଦୀପ କୁମାର ପାଟ୍ଟଯୋଶୀ, ଟିକିନା ମିଶ୍ର ଓ ମନ୍ଦିର କମିଟି ର କର୍ମକର୍ତା ମାନେ ଉପସ୍ଥିତ ରହି ମହାପ୍ରଭୁ ଙ୍କ ଦେବସ୍ନାନ ନୀତି ସମାପନ କରେଇ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odianarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.