ବଲାଂଗିର,୧୭/୬ : ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା ସହରର ବିଭିନ୍ନ ମନ୍ଦିରରେ ପାରଂପାରିକ ରିତି ନିତି ଅନୁକ୍ରମେ ସଂପନ୍ନ ହୋଇଛି । ଟିକରପଡାର ପ୍ରଦୀପ ଚାନ୍ଦଙ୍କ ବାସ ଭବନରେ ଥିବା ମନ୍ଦିରରେ ବଡ ଧୂମଧାମରେ ଦେବସ୍ନାନ ପୁର୍ଣିମା ଆୟୋଜିତ ହୋଇଯାଇଛି । ଏହି ଅବସରରେ ୨୦୦ରୁ ଅଧିକ ଲୋକଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା । ହାଟପଦା ଠାରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ବହୁତ ଆଡମ୍ବର ସହିତ ଦେବାସ୍ନାନ ପୁର୍ଣିମା ପାଳିତ ହୋଇଯାଇଛି ।