ଡୁମେରମୁଣ୍ଡାରେ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡୁମେରମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଲଇତରା କ୍ଲଷ୍ଟରର ୧୩ଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗଦାନ କରିଥିଲେ।

ସିଆରସିସି ତପନ କୁମାର ଦାଶଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ କେସିଙ୍ଗା ପାଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତି, ମୁଖ୍ୟ ବକ୍ତା ଭାବରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଡ. ନୀଳମାଧଵ ପଟ୍ଟନାୟକ, ସଭାପତି ଭାବେ ସୁରେନ୍ଦ୍ର କୁମାର ଦୋରା ଦାୟିତ୍ଵ ବହନ କରିଥିବା ବେଳେ ଶିକ୍ଷୟିତ୍ରୀ ଲିସାରାଣୀ ଦାସ ମଞ୍ଚ ପରିଚାଳନା କରିଥିଲେ। 

ପ୍ରଥମେ ଶ୍ରୀ ଗଜାନନଙ୍କ ଫଟୋଚିତ୍ରରେ ଅତିଥି ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା ଓ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଗୀତ, ନାଚ, ଚିତ୍ରାଙ୍କନ, ପ୍ରବନ୍ଧ, କୁଇଜ, ବିତର୍କ, ବକୃତା ତଥା ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତେକ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ଆଗାମୀ ଦିନରେ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ମନୋନୀତ କରାଯାଇଥିଲା। 

ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଦୟାସାଗର ବିଶି, ଶିକ୍ଷୟିତ୍ରୀ ସରୋଜିନୀ ବାରିକ, ଜଗନ୍ନାଥ ତ୍ରିପାଠୀ, ଗାୟତ୍ରୀ ଭୋଇ, ବିଷ୍ଣୁ ଭାଟି, ଧନିଷ୍ଟ ସୁନା, ତାପସ ମହଲା, ପ୍ରଫୁଲ୍ଲ ବିଶି, ତପସ୍ୱିନୀ ବାଗ, ମୋନାଲି ପ୍ରିୟଦର୍ଶିନୀ, ବିରଞ୍ଚି ବାହିନୀପତି, ବନ୍ଦନା ଦାଶ, ସନ୍ଧ୍ୟା ପ୍ରତିହାରୀ, ନଳିନୀ ବାଗ, ପ୍ରଶାନ୍ତ ଶବର, ସଂଗୀତା ଭୋଇ, ଗୀତ ପ୍ରଧାନ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। ଶେଷରେ ସିଆରସିସି ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.