ଓଡ଼ିଆ ବାର୍ତ୍ତା/ ଓଡ଼ିଆ ବାର୍ତ୍ତା: ଭବାନୀପାଟଣା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜବିହାର ଠାରେ ଶୁକ୍ରବାର ୪୨ ତମ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଛି। ଦୁଇ ଦିନ ଧରି କ୍ରୀଡା ଅନୁଷ୍ଠିତ ହେବ। ଉଦଘାଟନୀ ଦିବସରେ ସର୍ବପ୍ରଥମେ ମା ମାଣିକେଶ୍ବରୀଙ୍କ ଆଶୀର୍ବାଦ ସ୍ୱରୂପ ଜ୍ୟୋତିରୂପକ ମଶାଲ ଅଣାଗଲା। ମୁଖ୍ୟ ଅତିଥି ଆନ୍ତର୍ଜାତୀୟ ପର୍ବତାରୋହୀ ଶ୍ରୀଯୁକ୍ତ ଯୋଗବ୍ୟାସ ଭୋଇଙ୍କ ଦ୍ୱାରା କ୍ରୀଡା ମଶାଲ ପ୍ରଜ୍ବଳିତ ହୋଇଥିଲା। ମନ୍ତ୍ରପାଠ କରିଥିଲେ ଅୟସକାନ୍ତ ପତି। ମଂଚାସୀନ ଥିଲେ ପରିଚାଳନା କମିଟି ସଭାପତି ଶ୍ରୀ ମନୋଜ କୁମାର ମୁଣ୍ଡ, ସମ୍ପାଦକ ଶ୍ରୀ ଅଶୋକ କୁମାର ସିଂହ। ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଶ୍ରୀ ମନୋଜ କୁମାର ନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଧାନଚାର୍ଯ୍ୟ ଅଧ୍ୟକ୍ଷୀୟ ଅଭିଭାଷଣ ପ୍ରଦାନ କରିଥିଲେ। କ୍ରୀଡ଼ବିତ ଛାତ୍ରୀ ସ୍ମରଣୀକା ମାହାରଙ୍କ ଦ୍ୱାରା ଶପଥ ପାଠ କରାଯାଇଥିଲା। ମୁଖ୍ୟ ଅତିଥି ଖେଳ, ଶାରୀରିକ ଆମ ଜୀବନରେ କେତେ ମହତ୍ତ୍ୱ ରଖୁଛି ତାହା ବକ୍ତବ୍ୟରେ କହିଥିଲେ। ସଭାପତି ଶ୍ରୀ ମୁଣ୍ଡ ଏବଂ ସମ୍ପାଦକ ଶ୍ରୀ ସିଂହ ଶିଶୁଙ୍କୁ ମାର୍ଗଦର୍ଶନ କରିଥିଲେ। ବିଭିନ୍ନ ଇଭେଣ୍ଟ ଯଥା ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଗୋଳା, ଥାଳିଆ, ବରଛା ଫିଙ୍ଗା, ଅଖା ଦୌଡ଼, ମାନସିକ ଦକ୍ଷତା, ବେଙ୍ଗ ଡିଆଁ, ଗଣିତ ଦୌଡ଼, ମ୍ୟୁଜିକ ଚେୟାର ଇତ୍ୟାଦି ଖେଳ ହୋଇଥିଲା। ବିଭାଗ ଅନୁଯାୟୀ ସମସ୍ତ ଖେଳ ଅନୁଷ୍ଠିତ ହୋଇଥିଲା। ଖେଳ ସାରିବା ପରେ ଅତିଥି ଥିଲେ ମା ମାଣିକେଶ୍ବରୀ ମହାବିଦ୍ୟାଳୟ ର ନିର୍ବାଚିତ ପ୍ରତିନିଧି। କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଗଲା। କ୍ରୀଡାର ପ୍ରମୁଖ ଲୀଳାମୟ ଦାସଙ୍କ ତତ୍ୱାବଧାନରେ ଏବଂ ସମସ୍ତ ଗୁରୁଜୀ ଗୁରୁମା ଏବଂ ସେବକ ସେବିକାଙ୍କ ସହଯୋଗରେ ପ୍ରଥମ ଦିବସ ର ଖେଳ ପରିସମାପ୍ତି ଘଟିଛି।





