ୟୁନିୟନ ବ୍ୟାଙ୍କର ଦିନିକିଆ ଧର୍ମଘଟ, ଗ୍ରାହକ ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଆଜି ଭବାନୀପାଟଣା ସମେତ ଜିଲ୍ଲାର ପ୍ରମୁଖ ସହରରେ ଥିବା ୟୁନିୟନ ବ୍ୟାଙ୍କ ଶାଖା କର୍ମଚାରୀ ଙ୍କ ଦିନିକିଆ ଧର୍ମଘଟ ଫଳରେ ବ୍ୟାଙ୍କ କାର୍ଯ୍ୟ ଠପ୍ ହୋଇ ପଡିଥିଲା। ଦୂର ଦୂରଦୂରାନ୍ତରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ନିରାଶରେ ଘରକୁ ଫେରି ଯାଇଥିଲେ। 

ବ୍ୟାଙ୍କ କର୍ମଚାରୀଙ୍କ ବିଭିନ୍ନ ଦାବି ମଧ୍ୟରେ ଯଥା:- ଦୀର୍ଘ ବର୍ଷ ହେବ କ୍ଲରିକାଲ ଚୟନ ପରୀକ୍ଷା ବନ୍ଦ ରହିଥିବା ଯୋଗୁଁ ଆବଶ୍ୟକ ମୁତାବକ କିରାଣୀଙ୍କ ଅଭାବ ଦେଖାଦେଇଛି। ଫଳରେ ଲୋକଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାରେ ବ୍ୟାଙ୍କ ଅସମର୍ଥ ହେଉଛି। ସେହିପରି ବର୍ଷସାରା ଠିକାରେ ନିଯୁକ୍ତି ପାଇଥିବା କର୍ମଚାରୀ ଙ୍କୁ ନିୟମିତ କରିବା ପାଇଁ ମଧ୍ୟ ଦାବି କରିଛନ୍ତି। 

ସରକାରଙ୍କ ଆଉଟ୍ ସୋର୍ସିଂ ନୀତି ଫଳରେ ଅସ୍ଥାୟୀ କର୍ମଚାରୀ ମାନେ ନିଜର ସାମାଜିକ ସୁରକ୍ଷାକୁ ନେଇ ଦ୍ଵନ୍ଦରେ ରହିଛନ୍ତି। ଚାକିରୀର ସ୍ଥାୟୀତ୍ବ କୁ ନେଇ ମାନସିକ ଚାପ ଗ୍ରସ୍ତ ହେବା ଯୋଗୁଁ କାର୍ଯ୍ୟରେ ମନ୍ଥରତା ଦେଖା ଯାଉଥିବା ଅଭିଯୋଗ ହୋଇଛି।‌ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.