କଇଠଡା ଗ୍ରାମରେ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକ୍ ଅନ୍ତର୍ଗତ ଭୁତ ସରସିଙ୍ଗି ପଞ୍ଚାୟତର କଇଠଡା ଗ୍ରାମରେ ଇଫକୋ ଓ ଆଇଏଫଡିସି ତରଫରୁ ଏକ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଅଛି। ସରପଞ୍ଚ ମନୋଜ କୁମାର ଦାଶଙ୍କ ଉପସ୍ଥିତିରେ ସମା ମେଡିକାଲର ଆୟୁଷ ଡାକ୍ତର ରବୀନ୍ଦ୍ର ନାଥ ଗନ୍ତାୟତଙ୍କ ତତ୍ୱାବଧାନରେ ମୋଟ ୧୦୯ ଜଣ ରୋଗୀଙ୍କୁ ଚିକିତ୍ସା କରି ସେମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଆଇଏପଡିସିର ରାଜ୍ୟ ସଂଯୋଜକ ମୁକେଶ କୁମାର ଖନ୍ନାଙ୍କ ନିର୍ଦ୍ଧେଶରେ ଏହି ରୋଗୀ ସ୍ୱାସ୍ଥ୍ୟ ଚିକିତ୍ସା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମକୁ ରାଧାକାନ୍ତ ସାମନ୍ତରାୟ ଓ କ୍ଷେତ୍ର ଅଧିକାରୀ ରବି ନାରାୟଣ ପାଣିଗ୍ରାହୀ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.