ଫକୀରମୋହନ ବିଶ୍ବବିଦ୍ୟାଳୟରେ ପାଳିତ ହେଲା ଉଦ୍ୟୋଗ ଦିବସ

ସାମାଜିକ କର୍ମ ମଧ୍ଯରେ ବାଣିଜ୍ଯ ସର୍ବଶ୍ରେଷ୍ଠ, କହିଲେ କୁଳପତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଣିଜ୍ଯ ବ୍ୟବସାୟ ପ୍ରତି ବର୍ତ୍ତମାନର ଯୁବବର୍ଗଙ୍କ ମଧ୍ଯ ମଧ୍ଯରେ ବର୍ଦ୍ଧିତ ଆଗ୍ରହକୁ ଉତ୍ସାହିତ କରିବା ଉଦ୍ଦେଶ୍ଯ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ଟି.ବି.ଆଇ ଓ ମହାବିଦ୍ୟାଳୟ ଉନ୍ନୟନ ପରିଷଦର ମିଳିତ ସହଯୋଗରେ ଉଦ୍ୟୋଗ ଦିବସ ପାଳନ କରାଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, କୁଳସଚିବ କୁକୁମୀନା ଦାସ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ହୋଇ ଏହି କାର୍ଯ୍ୟକ୍ରମ ସଂପର୍କରେ ଉଦବୋଧନ ପ୍ରଦାନ କରିଥିଲେ। ଏଥିସହ ବିଶେଷଜ୍ଞ ଓ ବକ୍ତା ଭାବରେ ବାଲେଶ୍ଵର ସ୍ଥିତ ଇମାମି ପେପର ମିଲ୍ସ ଲିମିଟେଡର ମାନବ ସମ୍ବଳ ଜେନେରାଲ୍ ମ୍ୟାନେଜର ଡକ୍ଟର ୟୁସୁଫ୍ ସୋଲାଙ୍କି ଓ ସିଚର୍ନ ଟେକ୍ନୋ ହେଲଥ୍ ପ୍ରାଇଭେଟ ଲିମିଟେଡ୍, ଭୁବନେଶ୍ୱରର ନିର୍ଦ୍ଦେଶକ ସୈକତ ଘୋଷ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

ଏହି ଅବସରରେ କୁଳପତି ପ୍ରଫେସର ତ୍ରିପାଠୀ, ବାଣିଜ୍ଯକୁ ମାନବ ସମାଜର ଶ୍ରେଷ୍ଠ ସାମାଜିକ କର୍ମ ବୋଲି ଉଲ୍ଲେଖ କରିଥିଲେ। ଏକ ସ୍ବତନ୍ତ୍ର ବିଚାରକୁ ଠିକ୍ ଭାବେ ଗଠନ ତଥା କାର୍ଯ୍ୟକାରିତାରେ ପରିଣତ କରି ବ୍ୟବସାୟିକ ପ୍ରକଳ୍ପ ସ୍ଥାପନ କରିପାରିଲେ ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ସୁଦୃଢ କରି ନିର୍ମାଣ କରିପାରିବେ କହି ଯୋଗଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବାଣିଜ୍ଯ ଦିଗରେ ଉତ୍ସାହିତ କରିଥିଲେ। ଡକ୍ଟର ୟୁସୁଫ୍ ସୋଲାଙ୍କି ବ୍ୟବସାୟିକ ମାନବ ସମ୍ବଳ ପରିଚାଳନାର ପୃଷ୍ଠଭୂମି, ଉଦ୍ୟୋଗୀକରଣରେ ନବସୃଜନ ତଥା ସମର୍ପଣ ମନୋଭାବ ସହ କାର୍ଯ୍ୟ କରି ଉତ୍କର୍ଷରେ ପହଞ୍ଚିବାର ଉପଯୋଗୀ ପରାମର୍ଶ ମାନ ଦେଇଥିଲେ। ଏଥିସହିତ ସୈକତ୍ ଘୋଷ ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ୍ ବାୟୋସେନ୍ସିଂ ଟେକ୍ନୋଲୋଜିର ବିକାଶ ଏବଂ ଉତ୍ପାଦନରେ ବିଶେଷଜ୍ଞ ଭାବେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନୂତନତ୍ତ୍ଵକୁ ଆପଣେଇ ବ୍ୟବସାୟିକ ସ୍ଟାର୍ଟ-ଅପ ଗୁଡ଼ିକ ସଂପର୍କିତ ସବିଶେଷ ତଥ୍ଯ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହାବିଦ୍ୟାଳୟରୁ ୧୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାର ସୁଯୋଗ ଲାଭ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କାର୍ଯ୍ୟକ୍ରମର ଅନ୍ୟ ଏକ ଅଂଶବିଶେଷ ଭାବେ ବିଶ୍ବବିଦ୍ୟାଳୟ ସହ ହାଇଦ୍ରାବାଦ ସ୍ଥିତ ନନ୍ଦୀ ଫାଉଣ୍ଡେସନ ଅନୁଷ୍ଠାନ ସହିତ ବିଶ୍ବବିଦ୍ୟାଳୟର ବୁଝାମଣାପତ୍ରକୁ ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡ଼କ୍ଟର ନିହାର ରଞ୍ଜନ ରାଉତଙ୍କ ତତ୍ତ୍ବାବଧାନରେ ନବୀକରଣ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଆଞ୍ଚଳିକ ନିର୍ଦ୍ଦେଶକ ଦେବନାଥ ବରାଳ ଓ ମୁନମୁନ ସିଂ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମଟି ବିଶ୍ବବିଦ୍ୟାଳୟର ଟି.ବି.ଆଇ.ର ସଂଯୋଜକ ପ୍ରଫେସର ପଙ୍କଜ କୁମାର ପାଢୀ ଓ ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ଡ଼କ୍ଟର ସନ୍ତୋଷ କୁମାର ଅଗ୍ରୱାଲଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଉଦ୍ୟୋଗ ଦିବସ କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର ଟି.ବି.ଆଇ.ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନେନ୍ଦୁ ନାୟକ ସଂଚାଳନ ଓ ଡ଼କ୍ଟର ସନ୍ତୋଷ କୁମାର ଅଗ୍ରୱାଲ ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.