ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମୋ ଭାରତ କଳାହାଣ୍ଡି ଶାଖା ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ତରଫରୁ  ଗଜାନନ ଯୁବକ ସଂଘ ଭୋଇରମୁଣ୍ଡା ଆନୁକୂଲ୍ୟରେ ବେଲଖଣ୍ଡି ସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ପୀଠ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଆୟୋଜିତ କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଲେଖାପାଳ ଓ କାର୍ଯ୍ୟକ୍ରମ ସହାୟକ ଦ୍ଵିତୀୟା ବନଛୋର ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର, ସମ୍ମାନିତ ଅତିଥି ଭବରେ ବେଲଖଣ୍ଡି ଶୈବ ପୀଠର ସଭାପତି ପ୍ରାର୍ଥବୀର ସେଲମା, ବେଲଖଣ୍ଡି ପୂର୍ବତନ ସମିତି ସଭ୍ୟ ଘନଶ୍ୟାମ ଭୋଇ, ସମାଜସେବୀ ହେମସାଗର ସାହୁ, ସମାଜସେବୀ ମିଳନ କୁମାର ଭୋଇ, ସମାଜସେବୀ ସନତ କୁମାର ସାହୁ, ହେମନ୍ତ ସାହୁ,

ଯୁବ କବି ଉଦୟନାଥ ଭୋଇ, ଗଜାନନ ଯୁବକ ସଂଘ ଭୋଇରମୁଣ୍ଡାର ସଭାପତି ଗିରଧାରୀ ସାହୁ, ସମ୍ପାଦକ ଅଶୋକ ସାହୁ ସମେତ ସମସ୍ତ ଯୁବ ଗୋଷ୍ଠୀ ଏଥିରେ ସାମିଲ ହୋଇ ନିଜ ଘରଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ଗଢି ତୋଳିବାରେ ଶପଥ ପାଠ କରିଥିଲେ। ଶେଷରେ ଶ୍ରୀ ସାହୁ ଉପସ୍ଥିତ ଥିବା ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.