ମୋହନଗିରି ହାଇସ୍କୁଲରେ ଜୀବନ ଶିକ୍ଷା ଶିବିର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଉଚ୍ଚ ବିଦ୍ୟାଳୟରେ ତିନି ଦିନିଆ ଜୀବନ ଶିକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଲ.ଟି.ଆଇ.ମାଇଣ୍ଡ ଟ୍ରି ଫାଉଣ୍ଡେସନ ସହାୟତାରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ଅନୁଷ୍ଠିତ ଏହି ଶିବିରକୁ ମୋହନଗିରି ସରପଞ୍ଚ ସୁରେନ୍ଦ୍ର ଧାରୁଆ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେଶ କୁମାର ପାଠକ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଓଏସିସ ଅଭିଯାନ ବାରୋଦ୍ରା, ଗୁଜୁରାଟ ରୁ କୁମାରୀ ରିୟା ସାହଯୋଗ ଦେଇ ତାଲିମ୍ ଶିବିରକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ଚରିତ୍ର ଗଠନ, ଜୀବନର ଲକ୍ଷ୍ୟ, ମୋ ଜୀବନ – ମୋ ପସନ୍ଦ, ଜୀବନର ସଫଳତାର ସୋପାନ, ଭାଗ୍ୟ ଓ କଠିନ ପରିଶ୍ରମ, ଆତ୍ମ ବିଶ୍ବାସର ରହସ୍ୟ ଇତ୍ୟାଦି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ କିଭଳି ନିଜ ଜୀବନର ଲକ୍ଷ୍ୟ ସ୍ଥିର କରି ତାହାର ହାସଲ ପାଇଁ କଠିନ ପରିଶ୍ରମ କରିବେ, ସେ ବିଷୟରେ ବିଶେଷ ଗୁରୁତ୍ଵ ଦିଆଯାଇଥିଲା। ଶିବିରରେ ବିଦ୍ୟାଳୟର ୪୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ମହାଶକ୍ତିର ବରିଷ୍ଠ ପରିଚାଳକ ସୁରେଶ ପଟ୍ଟନାୟକ, ପ୍ରକଳ୍ପ ପରିଚାଳକ ଫିରୋଜ୍ କୁମାର ଥାତି, ବ୍ଲକ ସଂଯୋଜକ ଭାଗ୍ୟଶ୍ରୀ ରାଉତ, ମାନବ ସମ୍ବଳ ଅଧିକାରୀ ପୁଷ୍ପାଞ୍ଜଳି ମହାପାତ୍ର, ବ୍ଲକ ଉପ ସଂଯୋଜକ ସମୀର ପୂଜାରୀ , ସୈରେନ୍ଦ୍ରି ସାହୁ ପ୍ରମୁଖ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.