ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ମହାଶକ୍ତି ଫାଉଣ୍ଡେସନ ତରଫରୁ ଓ ଏଲ୍ ଟି ଆଇ ମାଇଣ୍ଡଟ୍ରି ଫାଉଣ୍ଡେସନ ସହାୟତା ରେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଡମ୍ୱ କର୍ଲାଖୁଣ୍ଟା ଗ୍ରାମ ପଞ୍ଚାୟତ ର ୬୦ ଜଣ କୁମାରୀ ଓ ଯୁବତୀ ମାନଙ୍କୁ ୩ ମାସ ଧରି ସିଲେଇ ଏବଂ ଦକ୍ଷତା ବୃଦ୍ଧି ତାଲିମ ପ୍ରଦାନ କରାଯାଇଥିଲା। ଆଜି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନାବାର୍ଡ ର ଡି.ଡି.ଏମ. ମହେଶ୍ଵର ଦାସ, ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ସ୍ନିଗ୍ଧା ରାଣୀ ରଣା, ନୀତି ଆୟୋଗ ର ପ୍ରତିନିଧି ଗୁରୁ ପ୍ରସାଦ ନାୟକ ଓ ମହାଶକ୍ତି ଫାଉଣ୍ଡେସନ ର ବରିଷ୍ଠ ପରିଚାଳକ ସୁରେଶ କୁମାର ପଟ୍ଟନାୟକ ଯୋଗ ଦେଇ ତାଲିମାର୍ଥିନୀ ମାନଙ୍କୁ ଦିଗଦର୍ଶନ ଦେବା ସହିତ ନିଜ ଗୋଡରେ ନିଜେ ଛିଡ଼ା ହେବା ପାଇଁ ନେଇଥିବା ତାଲିମ ସହଯୋଗ କରିବ। କାର୍ଯ୍ୟକ୍ରମକୁ ଆଇ ଡି ଭିପି ପ୍ରକଳ୍ପର ବ୍ଲକ ସଂଯୋଜିକା ଭାଗ୍ୟଶ୍ରୀ ରାଉତ ପରିଚାଳନା କରିଥିବା ବେଳେ ସହ ସଂଯୋଜୀକା ସୁଶ୍ରୀ ମମିତା ପୁଝାରୀ, ନାଏବ ସରପଞ୍ଚ ଓ ତାଲିମଦାତା ପ୍ରମୁଖ ସହଯୋଗ କରିଥିଲେ। ଆନୁଷ୍ଠାନିକ ଭାବେ ଆଜି ଗୁରୁବାର ଠାରୁ ମୋହନଗିରି ଠାରେ ଆଉ ୬୦ ଜଣ ଙ୍କୁ ୩ ମାସ ଧରି ତାଲିମ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି। କାର୍ଯ୍ୟକ୍ରମ ଶେଷରେ ମହାଶକ୍ତି ଫାଉଣ୍ଡେସନ ର ସମୀର ପୁଝାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।