ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଉଦଯାପିତ ହେଲା ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଭିନ୍ନ ଗ୍ରାମ ଗ୍ରାମପଞ୍ଚାୟତ ଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମରା-୨୦୨୫ ଉଦଯାପିତ ହେଇଯାଇଛି। ଲୋକ ସଂସ୍କୃତି, ପରମ୍ପରା, ଲୋକଗୀତ ଓ ଲୋକନୃତ୍ୟର ବାର୍ତ୍ତାବହକୁ ନେଇ ପ୍ରତିବର୍ଷ ପାଳନ ହୋଇଥାଏ କଳାହାଣ୍ଡି ଉତ୍ସବ ଘୁମୁରା।

Omkar Vasthu
Omkar Vasthu

ପ୍ରତି ବର୍ଷ କଳାହାଣ୍ଡି ଉତ୍ସବ ଘୁମୁରା ଉତ୍ସବକୁ ଜିଲ୍ଲାର ସମସ୍ତ ପଞ୍ଚାୟତ ଓ ବ୍ଲକ ସ୍ତରରେ ମହାସମାରୋହରେ ପାଳନ କରାଯାଉଛି। ଉତ୍ସବ ପାଳନ ଉଦଘାଟନ ହେବା ପୂର୍ବରୁ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରାରେ ବାହାରି ମଶାଲ ଆଣି ମଞ୍ଚ ସ୍ଥଳକୁ ନିଆଯାଇଥିଲା। ତେବେ ଆଜି ଏହି ପରିପ୍ରେକ୍ଷୀରେ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଭୁର୍ଟିଗଡ଼ ଓ କଦମ୍ବଗୁଡ଼ା ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୫ ଅନୁଷ୍ଠିତ ହୋଇଯାଇଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଭୁର୍ଟିଗଡ଼ ସରପଞ୍ଚ ଦାନାଦେଇ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଳ, କନିଷ୍ଠ ଯନ୍ତ୍ରୀ ଅକ୍ଷୟ ମହାପାତ୍ର, ଏଡିଇଓ ସୁରେନ୍ଦ୍ର ସେଠି, ଯୋଗାଣ ସହାୟକ ବନବାସ ପାତ୍ର ପିଇଡବ୍ଲୁ ମିଡ଼ିଆ ଆସୋସିଏସନ୍ ସଭାପତି ନିଲେଶ କୁମାର ନାଗ ଉପଦେଷ୍ଟା ସନ୍ତୋଷ କୁମାର ତୁଳ, କୁମଖାଲ ଏଡିଇଓ ବ୍ରାହ୍ମା ଦୁରିଆ, ସିଆରସିସି ପ୍ରକାଶ ପ୍ରଧାନ, ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ନାଏବ ସରପଞ୍ଚ ଅନଙ୍ଗ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ।

ଭୁର୍ଟିଗଡ଼ କାର୍ଯ୍ୟନିର୍ବାହୀ ଅଧିକାରୀ ଜନ୍ମେଜୟ ପାତ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବିଲୁ ନାଏକ, ରାଜେଶ ନାଏକ, ରାଜିବ ସୁନା, ରଞ୍ଜିତ ନାଏକ, ପୁର୍ଣ୍ଣଚନ୍ଦ୍ର ପାତ୍ର, ସରତ ଚନ୍ଦ୍ର ନାଏକ ରମେଶ ହରିଜନ, କର୍ଣ୍ଣ ନାଏକଙ୍କ ସମେତ ଏମବିକେ, ସିଆରପି, ଶିକ୍ଷକ, ଶିକ୍ଷୟିତ୍ରୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ସମସ୍ତ ଗାଁସାଥି ଏବଂ ଅଞ୍ଚଳବାସୀ ପରିଚାଳନାରେ ସହଯୋଗ କରିଥିଲେ।

ସେହିପରି କଦମ୍ବଗୁଡ଼ା ଠାରେ ମଧ୍ୟ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ୨୦୨୫ ଅନୁଷ୍ଠିତ ହୋଇଯାଇଛି। କଦମ୍ବଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପାଧ୍ୟକ୍ଷ ଜଗଦିଶ ବେନିଆ, ନାଏବ ସରପଞ୍ଚ ଅନିତା ହରିଜନ, ଗାଁ ଗୈାତିଆ ସରୋଜ ପ୍ରଧାନ, ଆମଝୀରି ଗାଁ ଗୈାତିଆ ବିନ୍ଧା ମାଝୀ, ସ୍ବାସ୍ଥ୍ୟକର୍ମୀ ଦିପ୍ତିରାଣୀ ସ୍ବାଇଁ, ଏଡିଇଓ ତରୁଳତା ସାହୁ ସାମ୍ବାଦିକ ନିଲେଶ କୁମାର ନାଗ, ସନ୍ତୋଷ କୁମାର ତୁଳ, ସିଆରସିସି କୁମାର ଗୈାରବ ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ।

କଦମ୍ବଗୁଡ଼ା ପଞ୍ଚାୟତ କାର୍ଯ୍ୟାନୀବାହି ଅଧିକାରୀ ରୁପାଧର ଧରୁଆଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷକ ସନ୍ତୋଷ କୁମାର ପରିଡ଼ା ପରିଚାଳନା କରିଥିବାବେଳେ ଏଥିରେ ଗ୍ରାମ ରୋଜଗାର ସେବକ ରମାକାନ୍ତ ମାଝୀ, ଯୋଗାଣ ସହାୟକ କମଳ ମାଝୀ,ଏମବିକେ ରଞ୍ଜିତା ପ୍ରଧାନ ଶିକ୍ଷକ ଗୁଣନିଧି ଛତ୍ରିଆ, ମୁନ୍ନା ସିଂ, ଜିଓଟେଗ୍ ନରହରି ମାଝୀ, ଶୈଳେନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ମାଝୀ, କୁମାର ହରିଜନ, କର୍ଣ୍ଣ ହରିଜନ, ଲମ୍ବୋଦର ଗଉଡ଼, ସୁକମଳ ଗଉଡ଼, ରଥି ମାଝୀ, ବଲବ ପ୍ରଧାନ, ମଧୁସୂଦନ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀଙ୍କ ନୃତ୍ୟ, ଗୀତ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିବା ବେଳେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ତେବେ ଆଗରୁ ବିଭିନ୍ନ ପଞ୍ଚାୟତ ମାନଙ୍କରେ କଳାହାଣ୍ଡି ଉତ୍ସବ ‘ଘୁମୁରା’୨୦୨୫ ଉଦଯାପିତ ହୋଇଯାଇଥିବା ବେଳେ ଆଜି ଶୁକ୍ରବାର ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.