ପୁରୁଷୋତ୍ତମପୁର ବ୍ଳକରେ ଖଲ୍ଲିକୋଟ ବିଧାୟକଙ୍କ କାର୍ଯ୍ୟାଦେଶ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକ ର ବିଡ଼ିଓ ଙ୍କ ପ୍ରକୋଷ୍ଟ ରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ର ୧୫ ଗୋଟି ପଞ୍ଚାୟତ ରେ ତାଙ୍କର ଅନୁପସ୍ଥିତି ରେ ତାଙ୍କ ବ୍ଳକ ପ୍ରତିନିଧି କୋରନାଥ ସ୍ୱାଇଁ, ଏବଂ ବ୍ଳକ ଅଧକ୍ଷା ପିଙ୍କି ବେହେରା ଙ୍କ ଉପସ୍ଥିତି ତଥା ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଏବଂ ବିଜେପିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ଓ ସମାଜ ସେଵୀ ଜଗତ ବନ୍ଧୁ ପଣ୍ଡାଙ୍କ ଉପସ୍ଥିତି ରେ ଉପସ୍ଥିତ ଥିବା ୧୫ ଗୋଟି ପଞ୍ଚାୟତ ର ବ୍ୟକ୍ତି ମାନଙ୍କୁ ୨୬ ଗୋଟି ବିଧାୟକ ପାଣ୍ଠି କାର୍ଯ୍ୟଦେଶ ବଣ୍ଟନ କରାଯାଇଛି | ବିଭିନ୍ନ ପଞ୍ଚାୟତ ରେ ବିଧାୟକ ଙ୍କ ହାତ ପାଣ୍ଠି ରୁ ବହୁ ଉର୍ନତି ମୂଳକ କାର୍ଯ୍ୟ କୋଠଘର, କଲ୍ୟାଣୀ ମଣ୍ଡପ, ମନ୍ଦିର ର ସୌନ୍ଦର୍ଯ୍ୟ କରଣ, ସହିତ ଅନେକ ଉର୍ନ୍ନୟନ କାମ ପାଇଁ ଏହି କାର୍ଯ୍ୟାଦେଶ ବଣ୍ଟନ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମ ରେ ବହୁ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ, ନେତା କର୍ମୀ, ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ କୁ ବ୍ଲକର ଡେଭଳାପ ମେଣ୍ଟ ଅଧିକାରୀ ମିନକେତନ ପାଢ଼ୀ, ଓକେସିଏର ଜି, କାର୍ତ୍ତିକେଶ୍ୱର ରାଓ ପରିଚାଳନା କରିଥିଲେ | ଏହି କାର୍ଯ୍ୟଦେଶ ୨୦୨୫/୨୬ ବର୍ଷ ନିମନ୍ତେ ପ୍ରଯୁଜ୍ୟ ଅଟେ | ଏହିକାର୍ଯ୍ୟ ତିନି ମାସ ମଧ୍ୟରେ ସାରିବାକୁ ସରକାରୀ ନିର୍ଦେଶ ରହିଥିବା ବିଡ଼ିଓ କହିଛନ୍ତି | ଏବଂ ବିଧାୟକ ଏନଏସି ପ୍ରତିନିଧି ସୁଦର୍ଶନ ବେହେରା ମଧ୍ୟ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.