ବେଡ଼ାଗାଁ ପଞ୍ଚାୟତରେ ବିକାଶ ବାହାନ କାର୍ଯ୍ୟକ୍ରମ ଓ ନୂତନ ଜଙ୍ଗଲ ଜମିପଟ୍ଟା ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶାରେ ସରକାର ପରିବର୍ତନ ପରେ ଭାରତୀୟ ଜନତା ପାର୍ଟି ସରକାର ଗଠନର ଏକ ବର୍ଷ ପୂର୍ତ୍ତି ଅବସରରେ ବର୍ଷ ଏକ ଉପଲବ୍ଧି ଅନେକ ବାର୍ତ୍ତା ନେଇ ବିକାଶ ବାହନ ସଚେତନତା ରଥ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେଡ଼ାଗାଁ ପଞ୍ଚାୟତ ଓ ଖୁମଖାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପହଞ୍ଚିବା ପରେ ସେହି ରଥକୁ ବେଡାଗାଁ ସରପଞ୍ଚ ସୁବାସିନୀ ମାଝୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଭୁବନେଶ୍ୱର ସିଂ, ଏଡିଓ ସତ୍ୟନାରାୟଣ ଦାସ, ବିଏଫଟି ସୁଶାନ୍ତ ଦଣ୍ଡସେନା, ସମାଜସେବୀ କିଶୋର ଚନ୍ଦ୍ର ସାହୁ, ଗୌର ଚନ୍ଦ୍ର ରାଜୁ, ଉମାଶଙ୍କର ରାଜୁ, ସିଆରପିଏଫ, ଅଙ୍ଗନୱାଡ଼ି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖ ଶୁଭ କଳସ ଧୂପ ଧୀପ ଜାଳି ନଡ଼ିଆ ଭାଙ୍ଗି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହାପରେ ଏକ ସାଧାରଣ ସଭାକାର୍ଯ୍ୟ କରାଯାଇ ଉପସ୍ଥିତ ଜନସାଧାରଣଙ୍କୁ ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଉପଲବ୍ଧି ଅନେକ ବିଷୟକୁ ବିଡ଼ିଓ ଶଶାଙ୍କ ପାତ୍ର ଓ ତହସିଲଦାର ବନମାଳୀ ମେହେର ଉପସ୍ଥିତ ଥିବା ଲୋକଙ୍କୁ ବୁଝାଇ ଥିଲେ।ଏହି ଅବସରରେ ଜଙ୍ଗଲ ଜମିରେ ବସବାସ କରୁଥିବା ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଥିଲା। ପଞ୍ଚାୟତରେ ଥିବା ଶ୍ରମିକ ମାନଙ୍କ ଶ୍ରମ କାର୍ଡ଼ ମଧ୍ୟ ବଣ୍ଟନ କରାଯାଇଥିବା ବେଲେ ବିକଳାଙ୍ଗ ମାନଙ୍କୁ ହୁଇଲଚେୟାର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଶଶାଙ୍କ ପାତ୍ର, ତହସିଲଦାର ବନମାଳୀ ମେହେର, ଡବ୍ଲୁଇଓ ପଙ୍କଜ ବଳିଆର ସିଂ, ସ୍ୱାସ୍ଥ୍ୟ ବିଭାଗ ଓ କୃଷି ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସେହିପରି କୁମଖାଲ ପଞ୍ଚାୟତରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.