ଗୋଲଙ୍ଗବନ୍ଦ ରାସ୍ତା ଅବସ୍ଥା ଶୋଚନୀୟ

ମରଣଯନ୍ତା ପାଲଟିଛି କାଦୁଆ ରାସ୍ତା, ଯାତ୍ରୀ ହନ୍ତସନ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ପୋଖରୀବନ୍ଧ- ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଠାରୁ ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଗୋଲଙ୍ଗବନ୍ଦ ଗାଁକୁ ସଂଯୋଗ କରୁଥିବା ମାଟି ମୁରୁମ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତାଟି ମୁଖ୍ୟ ରାସ୍ତାରୁ ଗୋଲଙ୍ଗବନ୍ଦ ସ୍କୁଲପଡ଼ା ପର୍ଯ୍ୟନ୍ତ ସଂଯୋଗ କରୁଥିବା ୨କି.ମି ରାସ୍ତାର ଆରମ୍ବରୁ ଅନେକ ସ୍ଥାନରେ ବଡ଼ ବଡ଼ ଖାଲଖମା ସହ ରାସ୍ତା ମଝିରେ ପାଣି ଜମି ରହୁଥିବାରୁ ଲୋକେ ଯାତାୟାତରେ ନାହିଁ ନ’ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ମଝିରେ ଆଣ୍ଠୁଏ ଲେଖାଏଁ ଖାଲ ଓ ପାଣି ଜମି ରହିବା ସହ କାଦୁଅ ପଚପଚ ହୋଇଥିବାରୁ ଲୋକେ ବାଇକରେ ଯାତାୟାତ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତା ନିର୍ମାଣ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଏହାର ମରାମତି ହୋଇ ପାରିନାହିଁ। ଏହି ରାସ୍ତା ମନରେଗା ଯୋଜନା ମାଧ୍ୟ୍ୟମରେ ୨୦୨୨-୨୩ ଆର୍ଥିକ ବର୍ଷରେ ୬ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ମାଟି ଓ ମୁରୁମ ପାଇଁ ମଞ୍ଜୁରୀ ହୋଇଥିଲା ଓ ରାସ୍ତା ମଧ୍ୟ୍ୟ ନିର୍ମାଣ ହୋଇଥିଲା କିନ୍ତୁ ନିର୍ମାଣ ପରଠାରୁ ଏବେ ଯାଏଁ ମରାମତି ହୋଇ ନ ଥିବା ବେଳେ ଏବେ ଖାଲ ଖମାରେ ପୂର୍ଣ୍ଣ ରହିଛି। ଫଳରେ ଲୋକେ ଯାତାୟାତ ପାଇଁ ନାନା ଅସୁବିଧାର ସମ୍ମଖିନ ହେଉଛନ୍ତି। ଏହି ରାସ୍ତାରେ ଯିବା ଆସିବା ପାଇଁ ୨ହଜାରରୁ ଉର୍ଦ୍ଧ ଜନସାଧାରଣ ନିର୍ଭର କରିଥାନ୍ତି ହେଲେ ବର୍ତମାନ ଏବେ ଉକ୍ତ ରାସ୍ତା ଖାଲ ଖମାରେ ଭର୍ତି ରହିଥିବା ବେଳେ ଯାତାୟାତ ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଏହି ଗାଁ ୩କି.ମି ଦୂରରେ ରହିଥିଲେ ସୁଦ୍ଧା
ପଞ୍ଚାୟତ ତଥା ବ୍ଲକ ପ୍ରଶାସନର ନଜର ପଡୁନି ବୋଲି ଗ୍ରାମ ବାସି ମତପ୍ରକଶ କରିଛନ୍ତି। ତେବେ ପଞ୍ଚାୟତ, ବ୍ଲକ ଅଫିସ ଠାରୁ ଆରମ୍ଭ କରି ହାଟ ବଜାର, ଡାକ୍ତରଖାନା ପାଇଁ ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବାବେଳେ ରାସ୍ତା କିନ୍ତୁ ଗମନାଗମନରେ ଲୋକଙ୍କୁ ସୁବିଧା ହେବା ପରିବର୍ତ୍ତେ ବାଧା ସାଜିଛି। ରାସ୍ତା ଏପରି ଅବସ୍ଥା ହୋଇଛି ଯେ’ଆମ୍ବୁଲାନ୍ସ ଯିବା ତ ଦୂରର କଥା ଦୁଇ ଚକିଆ ଯାନବାହାନ ଯାତାୟାତରେ ବି ଅସମ୍ଭବ ହୋଇପଡ଼ିଛି। ଏହି ରାସ୍ତା କୌଣସି ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାପାଇଁ ବାଧକ ସାଜିଛି। ତେଣୁ ଏହି ରାସ୍ତା ସମସ୍ୟାଟିକୁ ଗୁରୁତ୍ୱ ଦେଇ ଯଥା ସମ୍ଭବ ସମସ୍ୟାର ସମାଧାନ କରିବାକୁ ଗୋଲଙ୍ଗବନ୍ଦ ଗ୍ରାମବାସୀ ନୀଳକଣ୍ଠ ଦୋରା, ବାବୁଲା ଦୋରା, ରାଜେନ୍ଦ୍ର ଦୋରା, ଗୋପୀ ଦୋରା, ଉମାକାନ୍ତ ଦୋରା, ଶଙ୍କର ଦୋରା, ନାରାୟଣ ଦୋରା, ସୁକାନ୍ତି ଦୋରା, କଳ୍ପନା ଦୋରା, ସୁଷମା ଦୋରା ପ୍ରମୁଖଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.