ସମ୍ବେଦନଶୀଳ ଏବଂ ଦୁଃଖଦ ଘଟଣାକୁ ନେଇ ରାଜ୍ୟରେ ହେଉଥିବା ରାଜନୀତି ଅତି ନୀନ୍ଦନୀୟ -ଡ଼ ସୁନୀତି ମୁଣ୍ଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏକ ସମ୍ବେଦନଶୀଳ ଏବଂ ଦୁଃଖଦ ଘଟଣାକୁ ନେଇ ରାଜ୍ୟରେ ହେଉଥିବା ରାଜନୀତି ଅତି ନୀନ୍ଦନୀୟ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଡ. ସୁନିତି ମୁଣ୍ଡ। ଏହାର ବିଭିନ୍ନ ଦିଗକୁ ନେ଼ଇ ସେ ଏହା କହିଛନ୍ତି। ସମସ୍ତେ ଏହାର ଫାଇଦା ଉଠାଇବାର ପ୍ରତିଯୋଗିତାରେ ବ୍ୟସ୍ତ। ନିଜ ଝିଅକୁ ହରାଇ ଥିବା ବାପ ମା’ଙ୍କ ଲୁହ ଶୁଖିନି କିନ୍ତୁ ରାଜନେତାଙ୍କ କୁତ୍ସିତ ମାନସିକତା ଆଜି ସର୍ଵସାଧାରଣରେ ପ୍ରତିଫଳିତ। ରାଜ୍ୟରେ ଷଡ଼ଯନ୍ତ୍ର ପରେ ଷଡ଼ଯନ୍ତ୍ର ହୋଇଚାଲିଛି। ନ୍ୟାୟ ମାଗିଲେ ମିଳୁଛି ନିରାଶା ହତାଶା ଆଉ ମୃତ୍ୟୁ। ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ। ଓଃ…. କି ସମୟରେ ଆମେ ସମସ୍ତେ ବଞ୍ଚୁଛନ୍ତି। ଜାଗ ହେ’ ମୋର ଜନସାଧାରଣ ଏ ନୀଚ ମାନସିକତା ମାନଙ୍କୁ ଚିହ୍ନ। ବାଲେଶ୍ୱର ସ୍ଥିତ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏହି ଦୁଃଖଦ ସମୟର ସାମ୍ନା କରିବା ପାଇଁ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ, ଏହାହିଁ କାମନା କରୁଛି ବୋଲି ଡ଼ ମୁଣ୍ଡ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.