ସଇଁତଲାକୁ ଏନଏସି ମାନ୍ୟତା ଦାବୀରେ ସାମ୍ୱାଦିକ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ବର୍ତ୍ତମାନ ରାଜ୍ୟ ସରକାର ରାଜ୍ୟର ୧୨ ଟି ସ୍ଥାନକୁ ଏନଏସି କରିବା ପାଇଁ ଘୋଷଣା କରିଥିବା ବେଳେ ଏଥିରେ ସଇଁତାଲାର ନାମ ନାହିଁ।ସଇଁତଲାକୁ ଦୀର୍ଘଦିନରୁ ଏନଏସି ମାନ୍ୟତା ଦାବି ହେଉଥିବା ବେଲେ ଆଜି ଏହା ଏନଏସି ତାଲିକାରୁ ବାଦ ପଡ଼ିଛି। ତେବେ ଏ ନେଇ ସଇଁତଳା ସରପଞ୍ଚ ଓ ସଇଁତଲାବାସୀ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ କରି ଯଦି ଆଗାମୀ ପର୍ଯ୍ୟାୟରେ ସରକାର ସଇଁତଲାକୁ ଏନଏସିରେ ସାମିଲ ନ କରନ୍ତି ତେବେ ସଇଁତଳାକୁ ବନ୍ଦ କରିବା ସହ ଆଗାମୀ ଦିନରେ ତିବ୍ର ଆନ୍ଦୋଳନ ହେବ ବୋଲି ସଇଁତଳା ସରପଞ୍ଚ ଚେତାବନୀ ଦେଇଛନ୍ତି। ସାମ୍ୱାଦିକ ସମ୍ମିଳନୀରେ ୱାର୍ଡ ସଭ୍ୟ ବିକ୍ରମ ସା, ରଶ୍ମିରଞ୍ଜନ ସିଂ ଭୋଇ, ରମାକାନ୍ତ ପରାଭୋଇ ପ୍ରମୁଖ ଉପସ୍ଥିତ ରହି ଏନଏସସି ମାନ୍ୟତା ଦାବି କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.