ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶାରଦୀୟ ଦୂର୍ଗାପୂଜା ପାଇଁ ଲାଞ୍ଜିଗଡ଼ ବ୍ଳକର ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ ଶନିବାର ମାଟି ଅନୁକୂଳ ଆରମ୍ଭ ହୋଇଛି। ପବିତ୍ର ଜନ୍ମାଷ୍ଟମୀ ଅବସରରେ ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଦ ସ୍ଥିତ ମାଁ ହୀରାନୀଳା ଷ୍ଟୋନ କ୍ରସର ପକ୍ଷରୁ ଚଳିତ ବର୍ଷ ସର୍ବ ପ୍ରଥମେ ମାଟି ଅନୁକୂଳ ହୋଇଛି। ସମସ୍ତ ବୈଦିକ ରୀତିନୀତି ଅନୁଯାୟୀ ମାଁ ଦୂର୍ଗାଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ ହୋଇଥିଲା। ମାଁ ହୀରାନୀଳା ଷ୍ଟୋନ କ୍ରସର ପକ୍ଷରୁ ମାଁ ଦୁର୍ଗାଙ୍କ ଦଶହରା ପର୍ବ ତୃତୀୟ ବର୍ଷରେ ପଦାର୍ପଣ କରୁଥିବା ବେଳେ ମାଁ,ଙ୍କ ମୃଣ୍ମଇ ମୂର୍ତ୍ତି ପାଇଁ ମାଟି ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଛି। ପୂଜକ ତଥା ମୃତ୍ତି କାରିଗର କାଲିପଦ ମଣ୍ଡଳ ପବିତ୍ର ମାଟି ସଂଗ୍ରହ କରି ରୀତିନୀତି ଅନୁସାରେ ପୂଜାର୍ଚନା କରିଛନ୍ତି। ଏଥିରେ ମାଁ ହିରାନୀଳା ଷ୍ଟୋର କ୍ରସର ପକ୍ଷରୁ ରମେଶ ଚନ୍ଦ୍ର ସାହୁ, ପରିଚାଳନା କମିଟିର ସଦସ୍ୟ ଭବାନୀ ଶଙ୍କର ବାଣୁଆ, ବିକ୍ରମ ଆଦିତ୍ୟ ବାରିକ, କୁଳମଣି ବାଣୁଆ, କର୍ଣ୍ଣ ମାଝୀ, ଚଞ୍ଚଲା ବାଣୁଆ, ମାଧ ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।