ଦି ସିଲିଭର୍ସ ବରିଷ୍ଠ ନାଗରିକ ସଂଘର ସପ୍ତମ ସ୍ଵନକ୍ଷତ୍ର ଉତ୍ସବ 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଦି ସିଲିଭର୍ସ ବରିଷ୍ଠ ନାଗରିକ ସଂଘର ସପ୍ତମ ସ୍ଵନକ୍ଷତ୍ର ଉତ୍ସବ ଚ଼େତନା ସ୍ବତନ୍ତ୍ର ବିଦ୍ୟାଳୟ ଭୁବନେଶ୍ୱର ସହିତ ମିଳିତ ଭାବରେ ଆୟୋଜିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ଏକ ଆଲୋଚନାଚକ୍ର “ସୁସ୍ଥ ବାର୍ଦ୍ଧକ୍ୟ: ପରବର୍ତ୍ତୀ ଜୀବନର ଶାରିରୀକ, ମାନସିକ ଏବଂ ଭାବ ପ୍ରବଣ ସୁସ୍ଥତା” ଅନୁଷ୍ଠିତ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼. ଶ୍ବାତୀ ମିଶ୍ର ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ଅବସରପ୍ରାପ୍ତ ଅଧ୍ୟାପକ ତଥା ଚେତନା ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଫେସର ଡ଼ଃ ନାରାୟଣ ଚ଼ନ୍ଦ୍ର ପତି, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହିଆଲ, ମୁଖ୍ୟ ବକ୍ତା ଭାବେ କମଳା ନେହେରୁ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଗୋପାଳକୃଷ୍ଣ ନନ୍ଦ, ଅଧିବକ୍ତା ଭାବେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସଭାପତି ମଧୁମାଧବ ଜେନାଙ୍କ ସହିତ ଦି ସିଲିଭର୍ସର ସଭାପତି ଦେବବ୍ରତ ପଟ୍ଟନାୟକ, ସମ୍ପାଦକ  କୈଳାଶ ଚନ୍ଦ୍ର ମିଶ୍ର, ଦି ସିଲିଭର୍ସର ସମସ୍ତ ସଦସ୍ୟ ଏବଂ ବିଶିଷ୍ଠ ବିଦ୍ୟୁତ ଯନ୍ତ୍ରୀ ଇଂ ମନୋଜ କୁମାର ଦାସ ପ୍ରଥମ ଅଧିବେଶନରେ ଯୋଗଦେଇ ନିଜର ବହୁମୂଲ୍ୟ ଅବିଭାଷଣ ରଖିଥିଲେ। ଏହି ଅବସରରେ ଦି ସିଲିଭର୍ସର ବାର୍ଷିକ ସ୍ମରଣିକା ଉନ୍ମୋଚନ ହେବା ସହ ଡ଼. ସ୍ୱାତୀ ମିଶ୍ରଙ୍କ ଦ୍ୱାରା ଗାରିମାମୟ ବ୍ୟକ୍ତିବିଶେଷମାନଙ୍କୁ ସମ୍ମାନିତ କରାଯାଇଥିଲା। ଦ୍ଵିତୀୟ ଅଧିବେଶନରେ ଡ଼ଃ ମନୋଜ କୁମାର ମହାନ୍ତି, ହାଡିବନ୍ଧୁ ପଟ୍ଟନାୟକ, ବିଜୟ କୁମାର ଦାସ, ସଭାପତି, ଶାଶ୍ଵତ ବରିଷ୍ଟ ନାଗରିକ ସଙ୍ଘ ଏବଂ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସମ୍ପାଦକ ଯୁଗଳ କିଶୋରେ ସହୁ ପ୍ରମୁଖ ଆଲୋଚ୍ୟ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ସନ୍ ସାଇନ ହସ୍ପିଟାଲ ତରଫରୁ ଡାକ୍ତର ମୌସୁମୀ ପତିଙ୍କ ତତ୍ୱାବଧାନରେ ଉପସ୍ଥିତ ବରିଷ୍ଟ ନାଗରିକଙ୍କ ସହିତ ଚେତନା ଅନୁଷ୍ଠାନର କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନଙ୍କର ବିନାମୁଲ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଦି ସିଲିଭର୍ସର ଯୁଗ୍ମ ସମ୍ପାଦକ ଅରବିନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଚେତନା ସ୍ୱତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ର କାର୍ଯ୍ୟକ୍ରମର ଆବାହକ ଭାବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ଏବଂ ସମସ୍ତ ସ୍କୁଲ ଓ କଲେଜର  କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.