ବୀରମହାରାଜପୁରରେ ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର, ( ରାଜ କିଶୋର ତ୍ରିପାଠୀ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଦର ମହକୁମା ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ୨୧ ଅଗଷ୍ଟ ଗୁରୁବାର ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ସୁରେନ୍ଦ୍ର ମେହେର, ଉପଜିଲ୍ଲାପାଳ ବୀରମହାରାଜପୁର ମୁଖ୍ୟ ଅତିଥି, ଦୀନବନ୍ଧୁ ମେହେର, ପ୍ରାକ୍ତନ ଅଧ୍ୟକ୍ଷ, ବୀରମହାରାଜପୁର ମହାବିଦ୍ୟାଳୟ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ବରିଷ୍ଠ ନାଗରିକ ମାନଙ୍କ ଉଦ୍ୟମ, ତ୍ୟାଗ ଓ ଆଦର୍ଶ କୁ ସମ୍ମାନ ଜଣାଇବା ପାଇଁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଏ ବୋଲି ମତ ରଖିଥିଲେ । ଏହି ଅବସରରେ କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ନବୀନ ଚନ୍ଦ୍ର ଦାସ, ଗୋକୁଳ ଭୋଇଙ୍କୁ ଏବଂ ସ୍ବେଛାସେବୀ ଚମରା ମହାକୁରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ସୌମିତ୍ରୀ ମେହେର ସ୍ବାଗତ ଓ ଦୟାନିଧି ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ କୃଷ୍ଣଚନ୍ଦ୍ର ପାଢ଼ୀ, ବାସୁଦେବ ପଣ୍ଡା, ଭୂଷଣ କୁମାର ପାତ୍ର , ଦିଲ୍ଲିପ ମିଶ୍ର, ସନ୍ତୋଷ ଷଡ଼ଙ୍ଗୀ, ଶ୍ୟାମସୁନ୍ଦର ସେଠୀ, ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ସୁରୁ ସାହୁ, ନାରାୟଣ ପ୍ରସାଦ ନାୟକ, ଜୟଦେବ ସାହୁ, ରବି ନାରାୟଣ ବେହେରା, ସତ୍ୟ ଦାଶ, ରାଧେଶ୍ୟାମ ପୁରୋହିତ, ଅକ୍ରୃର ଚରଣ ଦନ୍ତା, ଜ୍ଞାନେନ୍ଦ୍ର ତ୍ରିପାଠୀ, ଅକ୍ଷୟ ମିଶ୍ର, ଶ୍ୟାମସୁନ୍ଦର ସେଠୀ, ବଳରାମ କାଣ୍ଡ, ଜମ୍ବେଶ୍ଵର ପ୍ରଧାନ, ପୀତବାସ ପଣ୍ଡା, ସୁଦାମ ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.