ଗ୍ରୀନ୍ କଲେଜ ଓଡିଶା ଓ କୃଷି ଉତ୍ପାଦନ କ୍ଳଷ୍ଟର ପ୍ରକଳ୍ପ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଗ୍ରୀନ କଲେଜ ଓଡିଶା ଭୁବନେଶ୍ୱର ପ୍ରଦାନ ସଂସ୍ଥା ପକ୍ଷରୁ ମହିଳା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନ ସାହାଯ୍ୟ ସମ୍ପାଦିକା ଅନ୍ୱେଶିତା ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଏଚ୍ଓ ଅନନ୍ତ ନାରାୟଣ ପଣ୍ଡା,ବିଏଓ ପ୍ରବିଣ କୁମାର ସାହୁ,ଏପିଓ ସଞ୍ଜିତ କୁମାର ପରିଡା, ଲିଙ୍ଗରାଜ ସାହୁ, ଝାଡ଼ଖଣ୍ଡ ବ୍ୟବସାୟୀ ମନୀଷ କୁମାର ଓ ଆସିଥିବା ବ୍ୟବସାୟୀ ସଂସ୍ଥାର କର୍ମଚାରୀମାନେ ଯୋଗଦେଇ ଥିଲେ। ଏହି କାର୍ଯ୍ୟକ୍ରମରେ ଚାଷ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଓ ଉତ୍ପାଦନର ବଜାରୀ କରଣ, ବଡ଼ ବଜାରକୁ ସଂଯୋଗୀକରଣ, ମହିଳା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଏବଂ ଉତ୍ପାଦିତ ଦ୍ରବ୍ୟକୁ ସଠିକ ବର୍ଗିକରଣ ଭଲ ଭାବରେ ବ୍ୟପକ କରିବା ଉପରେ ଆଲୋଚନା ଓ ସଚେତନତା କରାଯାଇଥିଲା। କାର୍ଯ୍ୟକ୍ରମରେ ମହିଳା ଚାଷୀ, ପ୍ରଡୁସର୍ ଗୃପ ମେମ୍ବର, ପ୍ରଡୁସର୍ କମ୍ପାନୀ, କୃଷି ଉଦ୍ୟୋଗୀ,ଉଦ୍ୟାଗୀ ମିତ୍ରର ୧୬୦ ଜଣ ମହିଳା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଜନ ସାହାଯ୍ୟ ପ୍ରକଳ୍ପ ପ୍ରବନ୍ଧକ ଦେବାଶିଷ ପଣ୍ଡା ପରିଚାଳନା କରିଥିବା ବେଳେ ଜନସାହାଯ୍ୟର ଚିରଞ୍ଜିବୀ ସା, ତରୁଣ ପ୍ରଧାନୀ, ପ୍ରମୋଦ ବିଭାର, ଜୟଶ୍ରୀ ମହାନ୍ତି, ଉପେନ୍ଦ୍ର ଦୋରା, ସତ୍ୟନାରାୟଣ ନାଗ, ଜଗନ୍ନାଥ,ବିଶିକେଶନ, ଅକ୍ଷୟ, ସୁରଭି, ଅନିତାଙ୍କ ସମେତ ଉଦ୍ୟାଗୀମିତ୍ର ମାନେ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶ୍ରୀମତୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.