ପ୍ରଗତି ହାୟର ସେକେଣ୍ଡାରୀ ସ୍କୁଲରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସହରରେ ଅବସ୍ଥିତ ପ୍ରଗତି ହାୟର ସେକେଣ୍ଡାରୀ ସ୍କୁଲରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ‘ଆଘାଜ-୨୦୨୫’ ଅନୁଷ୍ଠିତ ହୋଇଯାଇଛି । +୨ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶେଷଦେବ ମୁଣ୍ଡ ଅଧ୍ୟକ୍ଷତା କରିଥିଲେ ।

ଏଥିରେ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ଏବଂ ପରିଚାଳନା ସମିତିର ସଦସ୍ୟ ଲକ୍ଷ୍ମୀକାନ୍ତ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ ।

ଅନ୍ୟାନ୍ୟ ଉପସ୍ଥିତିମାନଙ୍କ ମଧ୍ୟରେ ପ୍ରଶାସନିକ ଅଧିକାରୀ ପ୍ରଣବ ପଣ୍ଡା, ଉପାଧ୍ୟକ୍ଷ ଅଶୋକ ସାହୁ, ମୁଖ୍ୟ ଶିକ୍ଷା ସଂଯୋଜକ ଅଞ୍ଜନ ରଣା, ଶଶୀଭୂଷଣ ଦାସ, ବିନୋଦ ବିହାରୀ ପ୍ରଧାନ, ଅମ୍ଳାନ ଅଗସ୍ତି, ନିକିତା ମେହେର, ହେମନ୍ତ ବାଗ, ଜୟପ୍ରକାଶ ଖୁରା, ବସନ୍ତ କାଳସାଇ, ଶୁଭେନ୍ଦୁ ସାହୁ, ବାବୁଲା ମେହେର, ନିହାର ମହାରଣା, ସସ୍ମିତା ସାହୁ, ଗୌତମ ଟୋଲଟିଆ, ପ୍ରଫୁଲ୍ଲ ନାଏକ, ଗିରିଶ ଚନ୍ଦ୍ର ଭୋଇ, ପ୍ରିୟଙ୍କା ପ୍ରଧାନ, ଅଭିଷେକ ପଟ୍ଟନାୟକ, ଏକସିତା ପଟ୍ଟଯୋଶୀ, ଅବନୀ କୁମାର ଦାସ, ଜିତେନ୍ଦ୍ର ନାଏକ, ଶୁକଦେବ ସାହୁ, ନିର୍ମଳ ମହାନ୍ତି, ଆଇଭି ଆନି ଫିଲିପ, ଧବଳେଶ୍ଵର ରଣା, ନମ୍ରତା ପଟ୍ଟନାୟକ ଏବଂ ଗୁଲାମ ଘୋଷ ଆଦି ଉଲ୍ଲେଖଯୋଗ୍ୟ ।

କାର୍ଯ୍ୟକ୍ରମଟିର ଆରମ୍ଭରେ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା ଏବଂ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଉପହାର ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ।

ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ସାଂସ୍କୃତିକ ଅନୁଷ୍ଠାନ ମଧ୍ୟ ପରିବେଷିତ ହୋଇଥିଲା ।

ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଣ-ଶିକ୍ଷାକର୍ମଚାରୀ ଏବଂ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ସମାପ୍ତ ହୋଇଥିଲା । କାର୍ଯ୍ୟକ୍ରମର ମଞ୍ଚ ସଞ୍ଚାଳନା ଏବଂ ଧନ୍ୟବାଦ ଜ୍ଞାପନ ଅଧ୍ୟାପକ ବିଦ୍ୟା ସାଗର ମୁଣ୍ଡ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.