ନିଖିଳ ଉତ୍କଳ ବେଲମା ସମାଜର ଶପଥ ପାଠ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ରାଇପୁର ପଞ୍ଚାୟତର ମନ୍ଦିର ତଳେ ଥିବା ନିଖିଳ ଉତ୍କଳ ବେଲମା ସମାଜର ନିଜସ୍ୱ କୋଠ ଘରେ ଧରାକୋଟ ତାଳୁକା ସହ, ପୂର୍ବଖଣ୍ଡ, ତେରସ୍ଥାନ, ଆଠଗଡ଼, ବିରୁଳି ଓ ଖଲ୍ଲିକୋଟ, ତାଳୁକାର କର୍ମକର୍ତ୍ତା ଓ ମଣ୍ଡଳ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ନେଇ ନୂତନ ସଭାପତିଓ ଅନ୍ୟନ୍ୟ କର୍ମ କର୍ତ୍ତା ଚୟନ ସହ ସମସ୍ତଙ୍କୁ ନେଇ ଶପଥ ପାଠ ଉତ୍ସବ ଅନୁଷ୍ଠିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ସଭାପତି ଭାବେ ଗାଙ୍ଗପୁର ର ସତ୍ୟ ନାରାୟଣ ନାହାକ ଉପସଭାପତି ରୂପେ ରାଜକୁମାର ବସ୍ତିଆ ଓ ଦେବରାଜ ମଣ୍ଡଳ, ସମ୍ପାଦକ ରୂପେ ପ୍ରଶା ନନ୍ଦ ନାହାକ, କୋଷାଧକ୍ଷ ଭାବେ ମନୋରଞ୍ଜନପ୍ରଧାନ,ସହ ସମ୍ପାଦକ ରୂପେ ଶିବନାରାୟଣ ପ୍ରଧାନ ଓ ନିରାକାର ପ୍ରଧାନ,ଉପଦେଷ୍ଟା ଭାବେ ଇଁ ଲକ୍ଷ୍ମୀ ପ୍ରସାଦ ନାହାକ,ବାବୁ ନାହାକ, ଲକ୍ଷ୍ମୀ ନାହାକ,ନିରଞ୍ଜନ ନାହାକ, ରବିନ୍ଦ୍ର ନାହାକ,ପଦ୍ମ ଚରଣ ବସନ୍ତିଆ, ଦେବରାଜ ନାହାକ,ସମୀକ୍ଷକ ଭାବେ ଦେବୀ ପ୍ରସାଦ ପ୍ରଧାନ, ଅନାଦି ନାହାକ,ହୀନଖୁଣ୍ଟିଆ,ଦିବା କର ନାହାକ,ମହୁରୀ ତାଳୁକାର ସମ୍ପାଦକ ମୁରଲୀ ଧର ବିଶ୍ୱାଳ ଓ କୋଷାଧକ୍ଷ ଭକ୍ତ ବତ୍ସଳ ନାହାକ ଙ୍କ ସହିତ 25 ଜଣ ସଦସ୍ୟ ଙ୍କୁ ନେଇ ଏହି ଶପଥ ପାଠ କରାଯାଇ ଥିଲା | ଏହି ଶପଥ ର ମୂଳ ଲକ୍ଷ୍ୟ ଥିଲା ସମସ୍ତେ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ସମସ୍ତେ କୁଳର ମଙ୍ଗଳ କାମନା କରି ଯୁବପିଢ଼ିଙ୍କୁ ଉଚିତ ମାର୍ଗ ଦର୍ଶନ ଦେଇ ଆଗକୁ ବଢ଼ାଇବେ | ସେହି ପରି ଶିକ୍ଷା କ୍ଷେତ୍ରରେ, ଉତୀର୍ଣ୍ଣ ହୋଇଥିବା ସବୁ ଶ୍ରେଣୀର ସମସ୍ତ ଛାତ୍ର, ଛାତ୍ରୀ ଙ୍କୁ ଯେପରି ଶିକ୍ଷା କ୍ଷେତ୍ରରେ ସବୁ ପ୍ରକାର ସାହାଯ୍ୟ କରାଯାଇ, ବିକାଶ କ୍ଷେତ୍ରରେ ସେମାନଙ୍କ ମନୋବଳ କୁ ଦ୍ବିଗୁଣିତ କରି ସେମାନଙ୍କୁ ଉପଯୁକ୍ତ ମଣିଷ ତିଆରି କରିବା ଉପରେ ସମସ୍ତେ ଗୁରୁତ୍ୱ ଦେବା ହେଉଛି ସମସ୍ତ ଙ୍କ କାମ | ସମାଜ ର ମଙ୍ଗଳ ଚିନ୍ତା କରିବା ଆଗରୁ ନିଜ ଘର କୁ ଏବଂ ସମସ୍ତ ସଦସ୍ୟ ଙ୍କ ଯତ୍ନ ନେଇ ଏକ ମନ୍ଦିର ଭାବେ ଗଢ଼ି ତୋଳିଲେ ଯାଇ ଆମେ କୁଳର ଉର୍ନ୍ନତି କରିପାରିବା ବୋଲି ମତ ଦେଇଥିଲେ | ଉପଦେଷ୍ଟା ତଥା ଚାରି ତାଲୁକାର ସଭାପତି ଥିବା ଇଁ ଲକ୍ଷ୍ମୀ ପ୍ରସାଦ ନାହାକ ଓ ଉପସଭାପତି ରାଜ କୁମାର ବସ୍ତିଆ ଙ୍କ କହିବା କଥା 69 ଖଣ୍ଡ ଗାଁ ଏବଂ ଦୁଇରୁ ଅଢେଇ ଲକ୍ଷ କୁଳଲୋକଙ୍କୁ କିପରି ନ୍ୟାୟ ଦେଇ ପାରିବାସହିତ ସୁସ୍ଥ ସମାଜ ଗଠନ କରି ଗରିବ ଲୋକମାନଙ୍କୁ ସମ୍ପୂର୍ଣ ନୈତିକତା ପ୍ରଦାନ, କୌଣସି କ୍ଷେତ୍ରରେ କହାପ୍ରତି ପକ୍ଷ ପାତିତା ନକରି ସେମାନକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରି କୂଳରେ ଶାନ୍ତି, ଶୃଙ୍ଖଳା ରକ୍ଷା କରିବା ହେଉଛି ପ୍ରତି ସଦସ୍ୟ ଙ୍କ କାମ ଓ କର୍ତ୍ତବ୍ୟ | ଯଦି ଏହି କ୍ଷେତ୍ରରେ କିଏବି ଏହି ନିୟମ ର ଉଲଂଘନ କରେ ତେବେ ତାହାକୁ କୌଣସି ସମୟରେ ବରଦାସ୍ତ କରାଯିବ ନାହିଁ | ଦରକାର ପଡିଲେ ବିଶୃଙ୍ଖଳା କରୁଥିବା କିମ୍ବା ପକ୍ଷ ପତିତା କରୁଥିବା ସମସ୍ତ ସଦସ୍ୟ ଓ ପଦାଧିକାରୀ ବ୍ୟକ୍ତିଙ୍କୁ ବିନା ନୋଟିସ ରେ ବହିଷ୍କାର କରାଯିବ | ତେଣୁ ସମସ୍ତେ କୁଳର ଏହି ନିୟମ ମାନି ଆଗକୁ ବଢିଲେ ଏହି କୁଳର ନିଶ୍ଚିତ ଉର୍ନ୍ନତି ହୋଇ ପାରିବେ ବୋଲି ଉପଦେଷ୍ଟା ଓ ଉପସଭାପତି ମତ ଦେଇଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.