ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକ ବୈଠକ ହଲରେ ଶିଶୁ ବିକାଶ ଅଧିକାରୀଣୀ ଲଳିତା ମଲିକ ଏବଂ ବ୍ଳକ ଅଧକ୍ଷା ପିଙ୍କି ବେହେରା ଙ୍କମିଳିତ ସଂଯୋଜନା ରେ ବ୍ଳକ ସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅତିରିକ୍ତ ବିଡ଼ିଓ ନିରାକାର ଜେନା ଉପସ୍ଥିତି ରହି ମଞ୍ଚାସିନ ଥିଲେ | ସମ୍ମାନିତ ଅତିଥି ଭାବେ ଭାଟ କୁମରଡ଼ା ମେଡିକାଲ ଅଧିକାରୀ, ବ୍ଳକ ଗୋଷ୍ଟି ଶିକ୍ଷା ଅଧିକାରୀ କିଶୋର ଚନ୍ଦ୍ର ବେହେରା, , ଓ ମେଡିକାଲ ବିପିଏମ ରାଧା କୃଷ୍ଣ ସାବତ, ହାଇସ୍କୁଲ ର ଜଣେ ଶିକ୍ଷକ ଓ କିଛି ସୁପର ଭାଇଜର ମଞ୍ଚାସିନ ଥିଲେ | ବୈଠକ ର ଆରମ୍ଭରେ ଅତିଥି ମାନେ ଗର୍ଭବତୀ ମା ଓ ଶିଶୁଙ୍କ ସ୍ଵାସ୍ଥ୍ୟର ସୁରକ୍ଷା ଆବଶ୍ୟକ ଅଟେ , ଏଥିପାଇଁ ଉତ୍ତମ ପୋଷଣ ଯୁକ୍ତ ଖାଦ୍ୟର ନିହାତି ଆବଶ୍ୟକତା ରହିଛି । କେଉଁ ଖାଦ୍ୟ ପଦାର୍ଥରୁ କେଉଁ ପ୍ରକାର ଭିଟାମିନ ଆମେ ପାଇପାରିବା,ଗର୍ଭବତୀ ସମୟରେ କି କି ଖାଦ୍ୟ ପଦାର୍ଥର ଆବଶ୍ୟକ ରହିଛି ଏହା ଖାଇବା ଦ୍ଵାରା ମା ଓ ସ୍ଵାସ୍ଥ୍ୟର ବିକାଶ ହୋଇପାରି ବ ସେଥ୍ପାଇଁ ସଚେତନତା କରିବା ଉଦ୍ଧେଶ୍ୟରେ ରାଷ୍ଟ୍ରୀୟ ପୋଷଣ ଦିବସ ପାଳିତ କରା଼ ଯାଉଛି। ଗର୍ଭଧାରଣର ୧୦୦ ଦିନର ଗୁରୁତ୍ଵ, ରକ୍ତ ହୀନତା, ପରିଷ୍କାର ପରିଚ୍ଛନତା, ଉପଯୁକ୍ତ ଖାଦ୍ୟ, ଡ଼ାଇରିଆ ମୁକ୍ତ ଆଦି ବିଷୟରେଅତିଥି ମାନେ ଓ ସିଡିପିଓ ଓଅଧକ୍ଷ ଆଲୋଚନ କରି ଥିଲେ | ଉପସ୍ଥିତ ଦୁଇ କଳାକାର ଦାଶ କାଠିଆ ମାଧ୍ୟମରେପୋଷଣ ଉପରେ ସଚେତନତା କରାଇ ଥିଲେ । ଏଥିରେ ବ୍ଳକ ର ସମସ୍ତ ଅଙ୍ଗନବାଡି କର୍ମୀ,ସବୁ ସୁପର ଭାଇଜର, ଆଇସି ଡି ଏସ କର୍ମଚାରୀଏବଂ ବ୍ଲକର କିଛି କର୍ମଚାରୀ ସମ୍ପୂର୍ଣ ରୂପେ ସହଯୋଗ କରିଥିଲେ |ଏହାସହ ପୂର୍ବରୁ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ ର ନବମ ଓ ଦଶମ ଶ୍ରେଣୀର ଛାତ୍ରୀ ମାନଙ୍କୁ ନେଇପୋଷଣ ଉପରେ କରାଯାଇଥିବା ବକୃତା, କୁଇଜ, ନୃତ୍ୟ ଓ ରଚନା ରେ କୃତୀ 13 ଜଣ ଛାତ୍ରୀଙ୍କୁମଞ୍ଚାସିନ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଦିଆଯାଇ ଥିଲା |