ଦୀପାବଳି ଉତ୍ସବ ଅବସରରେ ଓର୍ମାସ୍ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦଘାଟିତ ହେଲା ବିଶେଷ ଷ୍ଟଲ୍‌

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଦ୍ୱାରା ଦୀପାବଳି ଉତ୍ସବ -୨୦୨୫ ଉପଲକ୍ଷେ ଏକ ବିଶେଷ ଷ୍ଟଲ୍ ଉଦଘାଟିତ ହୋଇଯାଇଛି। ଏଥିରେ ଓର୍ମାସ୍ ଓ ମିଶନ୍ ଶକ୍ତିର ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପଦକ୍ଷେପର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଓ ମହିଳା ଉଦ୍ୟମୀମାନଙ୍କୁ ଏକ ରୋଜଗାରର ପ୍ଲାଟଫର୍ମ ଯୋଗାଇ ତାଙ୍କ ନିଜସ୍ୱ ଉତ୍ପାଦିତ ସାମଗ୍ରୀଗୁଡିକୁ ପରିଚୟ ଓ ବିକ୍ରୟ କରିବାର ସୁଯୋଗ ଦେବା। ଏହା ମହିଳା ଓ ଗ୍ରାମୀଣ ଉଦ୍ୟମୀମାନଙ୍କ ଆର୍ଥିକ ସଶକ୍ତିକରଣ, ଆତ୍ମନିର୍ଭରତା ଓ ବଜାର ସଂଯୋଗକୁ ସୁଦୃଢ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ।ଷ୍ଟଲ୍‌ରେ ଥିବା ସାମଗ୍ରୀଗୁଡିକ ମଧ୍ୟରେ ଟେରାକୋଟା ହସ୍ତଶିଳ୍ପ, ସଜ୍ଜିକରଣ ସାମଗ୍ରୀ ଓ ବିଭିନ୍ନ ପର୍ବପର୍ବାଣୀ ଉପକରଣ ରହିଛି, ଯାହା ବାଲେଶ୍ୱର ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀ (SHG) ଓ ପ୍ରଡ୍ୟୁସର ଗ୍ରୁପ୍‌ ମେମ୍ବରମାନଙ୍କ ଦ୍ୱାରା ନିର୍ମିତ। ଜନସାଧାରଣଙ୍କ ପାଇଁ ଏହି ଦୀପାବଳି ଉତ୍ସବ ଷ୍ଟଲ୍ ୨୧ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.