ନୂଆପଡ଼ା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସମାଜବାଦୀ ପାର୍ଟି ପ୍ରାର୍ଥୀ ରମାକାନ୍ତ ହାତୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ରମାକାନ୍ତ ହାତୀ ସୋମବାର ଦିନ ନାମାଙ୍କନ ଭରିଛନ୍ତି। ସେ ପ୍ରାର୍ଥୀ ପତ୍ର ରିଟରର୍ନିଙ୍ଗ ଅଫିସରଙ୍କ ପାଖରେ ଦାଖଲ କରିଥିଲେ। ସମାଜବାଦୀ ପାର୍ଟିର ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ରମାକାନ୍ତ। ଏଥିରେ ଦଳର ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ। ଦଳୀୟ କର୍ମୀ ଓ ଶୁଭେଚ୍ଛୁଙ୍କ ସହ ଆସି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ ରମାକାନ୍ତ। ସମାଜବାଦୀ ପାର୍ଟିର ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ସାଙ୍ଗରେ ଦଳର ଓଡ଼ିଶା ପ୍ରଦେଶ ସଭାପତି ଶିବ ହାତୀ ଯାଦବ, ରାଜ୍ୟ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ବେଣୁଧର ଗହୀର, ରାଜ୍ୟ କିସାନ ସଭା ସଭାପତି ବିଜୟ ବେହେରା, ନୂଆପଡ଼ା ଜିଲ୍ଲା ସଭାପତି ଦିଗପାଲ ନାଗ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ବନଛୋର, କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ଭୋଇ, ପ୍ରମୁଖ ଉପସ୍ଥିତ ଥିଲେ। ରମାକାନ୍ତ ସୂର୍ଯ୍ୟ ନଗରରୁ ବାହାରି ରାଧାକୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ନିଜ ସମର୍ଥକଙ୍କ ସହିତ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.