ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକାର ଚ଼ତୁର୍ଥ ସଂସ୍କରଣ ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ ଖୋର୍ଦ୍ଧା: କଳା, ସଂସ୍କୃତି, ସାହିତ୍ୟରେ ସମଗ୍ର ଭାରତବର୍ଷରେ ଶ୍ରେଷ୍ଠ ଆସନ ଲାଭ କରଛି ଓଡ଼ିଶା ପ୍ରଦେଶ। ତନ୍ମଧ୍ୟରେ ବାଣପୁର ମାଟିର ଐତିହ୍ୟ, ସଂସ୍କୃତି ଓ ସାହିତ୍ୟ ଅତ୍ୟନ୍ତ ଉଚ୍ଚକୋଟୀର।ଏହି ମାଟିରୁ ପ୍ରକାଶିତ ହୋଇ ଆସୁଥିବା ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକାର ଚ଼ତୁର୍ଥ ସଂସ୍କରଣ ପ୍ରକାଶିତ ହୋଇସାରିଛି। ଯୁବ ସ୍ତମ୍ଭକାର ତଥା ସମ୍ପାଦକ ବିଶ୍ବବିଜୟୀ ଦାଶଙ୍କ ବଳିଷ୍ଠ ସମ୍ପାଦନା, ସହ-ସମ୍ପାଦିକା ପ୍ରବାଳ ମଞ୍ଜରୀ ଦାଶ, ପ୍ରିୟମ୍ବଦା ସ୍ବାଇଁଙ୍କ ସହଯୋଗରେ ପତ୍ରିକାଟି ପ୍ରକାଶିତ ହୋଇଛି।ଏହି ପତ୍ରିକାକୁ ଖୋର୍ଦ୍ଧା ଜିଲ୍ଲା ୧୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ରୋଜିତା ପ୍ରଧାନ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି। ଡିଜାଇନର କାହ୍ନୁଚରଣ ସାହୁଙ୍କ ଅଳଙ୍କରଣ ବେଶ୍ ଆକର୍ଷଣୀୟ ହୋଇଛି। ଏହି ପତ୍ରିକାରେ‌ ଅନେକ ଲେଖକ, ଲେଖିକା ମାନଙ୍କର ଅମୂଲ୍ୟ ସାହିତ୍ୟ କୃତି ସ୍ଥାନିତ ହୋଇଛି। ସାହିତ୍ୟ ସୃଷ୍ଟିକରେ ମନୁଷ୍ୟର ଅନ୍ତର୍ନିହିତ ସୃଜନଶୀଳତାକୁ। ସାହିତ୍ୟ ଜାଗ୍ରତ କରେ ଅନ୍ତର୍ନିହିତ ଶକ୍ତିକୁ ଏବଂ ସାହିତ୍ୟ ପ୍ରକାଶ କରେ ଜୀବନର ଅନ୍ତର୍ନିହିତ ଭାବଧାରାକୁ‌। ସମୟର ରଥ ଚ଼କ ତଳେ ସାହିତ୍ୟ ନିଷ୍ପେସିତ ହୋଇଯାଏ ନାହିଁ। ମଣିଷ ଜୀବନକୁ ସାହିତ୍ୟ ଗଢିତୋଳେ କାନ୍ତ କୋମଳ ଓ କମନୀୟ କରି ବୋଲି ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ବିଶ୍ବବିଜୟୀ ଦାଶ ମତବ୍ୟକ୍ତ କରିବା ସହ ପତ୍ରିକାଟି ସର୍ବଜନାଦୃତ ହେଉ ବୋଲି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପଶ୍ଚିମାଭିମୁଖୀ ମହାଶମ୍ଭୁ ବାବା ଶ୍ରୀ ପ୍ରତାପେଶ୍ବର ମହାଦେବ, ବାବା ଶ୍ରୀ ବାଲୁଙ୍କେଶ୍ୱର ମହାଦେବ, ମା’ ଭଗବତୀ ଓ ମା’ ସର୍ବମଙ୍ଗଳାଙ୍କ ଶ୍ରୀଚ଼ରଣରେ ପ୍ରାର୍ଥନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.