ବିଶିଷ୍ଟ କଳାକାର ଲକ୍ଷ୍ମଣ ଆଜ୍ଞା ଆଉ ନାହାନ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ବିଶିଷ୍ଟ କଳାକାର, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ବାଗ ଆଜି ପୂର୍ବାହ୍ନ ୧୧.୩୦ ସମୟରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।

ଦୀର୍ଘଦିନ ଧରି ସେ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସହଧର୍ମିଣୀ ଜନକ କୁମାରୀ, ଏକମାତ୍ର ପୁଅ ଭବାନୀ ଶଙ୍କର, ତାଙ୍କ ତିନିଝିଅ ମୋନାଲିସା , ମନ୍ଦାକିନି ଓ ମୌଷୁମୀ  ଉପସ୍ଥିତ ଥିଲେ।

ସ୍ଵର୍ଗତ ଶ୍ରୀ ବାଗ ଜଣେ ଉତ୍ତମ ଶିକ୍ଷକ ସାଙ୍ଗକୁ ମ୍ୟୁଜିକ ମାଷ୍ଟର, ଫୋକ କଣ୍ଠଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ ରହିଥିଲେ। ଗାଁରେ ହେଉ କିମ୍ୱା ଆଖ ପାଖ ଗାଁ ଓ ବିଦ୍ୟାଳୟ ଗୁଡିକରେ କୌଣସି କାର୍ଯ୍ୟକ୍ରମ ହେଲେ ପ୍ରଥମେ ଲକ୍ଷ୍ମଣ ଆଜ୍ଞାଙ୍କୁ ଖୋଜା ପଡୁଥିଲା।

ସେ ନର୍ଲା ଯାଦବ ସମାଜର ବିଭିନ୍ନ ପଦପଦବୀରେ ରହି ସମାଜ ପାଇଁ ଅନେକ କାମ କରିଯାଇଛନ୍ତି। ସେ ନର୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଜଣେ ସକ୍ରୀୟ ସଦସ୍ୟ ଥିଲେ।

ଜଣେ ମିଷ୍ଟ ଭାଷୀ, ସ୍ନେହୀ, ଭଦ୍ର ଓ ଉତ୍ତମ ବ୍ୟକ୍ତି ଭାବରେ ତାଙ୍କର ବେଶ ଖ୍ୟାତି ରହିଥିଲା। ମ୍ୟୁଜିକ ମାଷ୍ଟର ଭାବରେ ତାଙ୍କର ବେଶ ସୁନାମ ରହିଥିଲା। ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ ବୋଲି ଜଣାପଡିଛି।

ତାଙ୍କ ମୃତ୍ୟୁରେ ନର୍ଲା ବିଧାୟିକା ମନୋରମା ମହାନ୍ତି, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସଂସ୍କାର ଭାରତୀ ଳର ପଶ୍ଚିମ ପ୍ରାନ୍ତ ସଚିବ ହରେକୃଷ୍ଣ ଭୋଇ, ଶିକ୍ଷାବିତ ତପନ କୁମାର ଭୋଇ, କଣ୍ଠଶିଳ୍ପୀ ମ୍ୟୁଜିକ ମାଷ୍ଟର କୁନା ଦାସ, ଯୁବ କୁଲତା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ, ନର୍ଲା ବ୍ଲକ ଯାଦବ ସମିତିର ପୂର୍ବତନ ସଭାପତି ଯୁଧିଷ୍ଠିର ଗୌଡ, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ପାଣିମୁଣ୍ଡା ସଂସ୍କାର ଭାରତୀର ବିଶିଷ୍ଟ କଣ୍ଠଶିଳ୍ପୀ ଟୁନା ନା, ଭାଗବତିଆ କବି ତଥା ନର୍ଲା ବ୍ଳକ୍ ଯାଦବ ସମିତି ସାଧାରଣ ସମ୍ପାଦକ ମଧୁସୂଦନ ରାଉତ, ବିଶିଷ୍ଟ ମୃଦଙ୍ଗ ବାଦକ ବିଜୟ ପଣ୍ଡା, ପ୍ରସନ୍ନ ଗୌଡ, ସାମ୍ୱାଦିକ ଲିଙ୍ଗରାଜ ମିଶ୍ର,  ଗିରିଧାରୀ ଗୌଡ, ରବୀନ୍ଦ୍ର ନାଥ ଦୋରା, ବଦ୍ରୀ ପ୍ରାସାଦ ମିଶ୍ର, ପ୍ରଫୁଲ୍ଲ ନାଗ, କୁମୁଦ ନାଏକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରି ଶ୍ରୀ ବାଗଙ୍କ ନିଧନ ଆମ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ବୋଲି କହିବା ସହ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.