ନୀଳଗିରିର ଶାଳବଣୀରେ ଭୂମିଜ ଜନଜାତି ପାଳିଲେ ପାରମ୍ପରିକ କରମା ପୂଜା

ବାଲେଶ୍ଵର,୨୦/୧୧(କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ନୀଳଗିରିର ସ୍ବର୍ଣଚୁଡ଼ ପାହାଡ଼ର ଭାଲୁବସା ପାହାଡ଼ ପାଦଦେଶରେ ଅବସ୍ଥିତ ଭୂମିଜ ଜନଜାତି ବହୁଳ ଗାଁ ଶାଳବଣୀରେ ପାରମ୍ପରିକ ରୀତିନୀତିରେ କରମା ପୂଜା ଅନୁଷ୍ଠିତ ହୋଇଯାଇଛି । ଗାଁର ଅଭିଆଡି ଝିଅମାନେ ଉପାସ ରହି ପାରମ୍ପରିକ ପୋଷାକରେ ସଜ୍ଜିତ ହୋଇ ମାଦଳର ତାଳେ ତାଳେ ନାଚି ଗାଇ ଅପରାହ୍ନରେ ବଣକୁ ଯାଇ କରମ (କଇମ) ଗଛକୁ ପୂଜା କରି ଗୋଟିଏ ଡାଳକୁ ଆଣି ଗାଁ ମଝିରେ ଏକ ସାଜସଜ୍ଜା ସ୍ଥଳରେ ସ୍ଥାପନ କରିଥିଲେ । ଏହି କରମା ପୂଜାକୁ ଦେହୁରୀ ମାୟାଧର ସିଂ ରୀତିନୀତି ମୁତାବକ ପୂଜାର୍ଚ୍ଚନା କରାଯାଇଥିଲା। ଗାଁର ଆବାଳବୃଦ୍ଧବନିତା ଏହି ପୂଜାରେ ଭାଗ ନେଇ ପାରମ୍ପରିକ ନାଚଗୀତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସନ୍ଧ୍ୟାରେ ଏକ ସଭାକାର୍ଯ୍ୟ ଆୟୋଜନ କରାଯାଇଥିଲା। ଏହି ସଭାକାର୍ଯ୍ୟକୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ସମାଜସେବୀ ସନ୍ତୋଷ ଖଟୁଆ ନଡ଼ିଆ ଫଟାଇ ଓ ଫିତା କାଟି ଉଦଘାଟନ କରିଥିଲେ । ସଭାକାର୍ଯ୍ୟକୁ ସ୍ଥାନୀୟ ସମାଜସେବୀ ଆଦିବାସୀ ସଂଗଠକ ଗୋଲକ ଚନ୍ଦ୍ର ସିଂ ପରିଚାଳନା କରିଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଶିଳ୍ପୀ କେଶୁଦାସ ଯୋଗ ଦେଇ ଜନଜାତି କଳାସଂସ୍କୃତିରେ ପ୍ରକୃତିକୁ ସମ୍ମାନ ଓ ପୂଜା କରିବାର ପରମ୍ପରା ବହୁ ଆଦିମ ବୋଲି ମତବ୍ୟକ୍ତ କରିଥିଲେ।

Udyog Nursery
Udyogi Nursery

ଯୁବ ସଂଗଠକ ତାପସ ମହାନ୍ତି ଯୋଗଦେଇ ଜଙ୍ଗଲ ଜନଜାତି ମାନଙ୍କ ଜୀବନ ଓ ଜୀବିକା ଶୈଳୀରେ ବଞ୍ଚିବାର କଳା କୌଶଳ ଭରି ରହିଛି ବୋଲି କହିଥିବା ବେଳେ ସଫଳ ଜନସେବୀ ଡାକ୍ତର ପ୍ରକାଶ ମହାପାତ୍ର ଅନ୍ଧବିଶ୍ୱାସ ଓ ବିଶ୍ୱାସ ମଧ୍ୟରେ ପାର୍ଥକ୍ୟକୁ ବିଷଦ ଭାବରେ ବୁଝାଇଥିଲେ। ‘ବଣଧୂଳିର ଫୁଲ’ର ଅଧ୍ୟକ୍ଷ ବିଜୟ କୁମାର ଆଚାର୍ଯ୍ୟ ଯୋଗ ଦେଇ ଜନଜାତିର ବିକାଶ ପାଇଁ ନିଜକୁ ସମର୍ପଣ କରିବେ ବୋଲି କହିଥିଲେ । ଶେଷରେ ଉମାକାନ୍ତ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ।

ରାତିସାରା ଗାଁର ମହିଳା, ଝିଅ, ବୋହୂ ପାରମ୍ପରିକ ପୋଷାକ ପିନ୍ଧି ହାତକୁ ହାତ ଧରି ନାଚୁଥିବା ବେଳେ ପୁରୁଷ ଓ ଯୁବକମାନେ ମାଦଳ , ଢୋଲ, ଝୁମକା ଓ ଘଣ୍ଟି ଧରି ନାଚି ନାଚି ଗୀତ ଗାଇ କରମା ପୂଜା ପାଳନ କରିଥିଲେ । ଏହି ଅବସରରେ ବଡ଼ସାହି, ମାଣତ୍ରୀ, ହାତୀଆ ଶିଳା, ରଜା ସାହି, ଡେମ୍ବୁର ଘାଟି, ରିଙ୍ଗପୁର, ବାଘମରା, ବାବନ୍ଧ, କୁମୁଡିହା, ଚକ୍ରାପାଳ, ହାଡିଆ ସାହି, ପଞ୍ଚଲିଙ୍ଗେଶ୍ବର ଓ ବୈଶିଙ୍ଗା ପ୍ରମୁଖ ଜନଜାତିର ଦଳ ଦଳ ନୃତ୍ୟଦଳ ଆସି ରାତିସାରା ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁନାରାମ ସିଂ, ଗଜେନ୍ଦ୍ର ସିଂ, ପ୍ରଣମ ସିଂ, ଦିଗାମ୍ବର ସିଂ, କାର୍ତ୍ତିକ ସିଂ, ବାସନ୍ତୀ ସିଂ, କଟିମଣି ସିଂ , କୁନିମଣି ସିଂ ପ୍ରମୁଖ ସୁଚାରୁରୂପେ ପରିଚାଳନା କରିଥିଲେ।


୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.